ରାଇରଙ୍ଗପୁର : ଗତକାଲି ଗୋରୁମହିଷାଣୀ ଥାନା କୁକୁଡିମୁଣ୍ଡି ଗ୍ରାମରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ତୀରମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତ ଛୋଟରାୟ ଦେହୁରୀ(୪୦)ର ତୀରମାଡରେ ସମରା ଦେହୁରୀର ମୃତ୍ୟୁ ହୋଇ ଯାଇଛି। ମୃତକର ତିନୋଟି ସନ୍ତାନ ରହିଛି। ଗୋରୁମହିଷାଣୀ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଛୋଟରାୟ ଦେହୁରୀ ଫେରାର ହୋଇ ଯାଇଥିବା ସୂଚନା ମିିଳିଛି।