ଚିକିତ୍ସା ଦାବିରେ ଜଣେ ରୋଗୀଙ୍କୁ ରାସ୍ତାରେ ଶୁଆଇ ରାସ୍ତାରୋକ

କଳାପଥର(ବାଙ୍କୀ) : ରୋଗ ଶଯ୍ୟାରେ ପଡି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବାଙ୍କୀ ବୋତଲମା ଗ୍ରାମର ନବ ଦେହୁରୀ। ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବାବେଳେ ମୃତ୍ୟୁ ଅପେକ୍ଷାରେ ଥିବା ପ୍ରକାଶ କରି ରାସ୍ତାରେ ଶୋଇଛନ୍ତି। ପ୍ରଶାସନର ଦୃଷ୍ଟି ପଡୁନଥିବାବେଳେ ଗ୍ରାମ ଯୁବକ ସଙ୍ଘ ତାଙ୍କ ଚିକିତ୍ସା ପାଇଁ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବା ପାଇଁ କରିଛନ୍ତି ରାସ୍ତା ରୋକ। ବାଙ୍କୀ ବ୍ଲକ ବୋତଲମା ଗ୍ରାମର ନବ ଦେହୁରୀ ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମ କରୁଥିବାବେଳେ କରୋନା କଟକଣା ପାଇଁ ଗାଁକୁ ଚାଲି ଆସିଥିଲେ । କର୍କଟ ରୋଗରେ ପୀଡିତ ଏହି ବ୍ୟକ୍ତି ଜଣଙ୍କ ଆସିଲାବେଳେ କ୍ଷତାକ୍ତ ଅବସ୍ଥାରେ ଆସିଥିବା ଦେଖିବାକୁ ମିଳିଥିଲା । ବାଧ୍ୟ ହୋଇ ସ୍ଥାନୀୟ ସରପଞ୍ଚ ତାଙ୍କୁ ପୃଥକ ଭବେ ସଙ୍ଗରୋଧରେ ରଖିଥିବାବେଳେ ଚିକିତ୍ସାରୁ ବଞ୍ଚିତ ଥିଲେ। ପରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାରୁ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ବୁଲି ଦେଖି ଚାଲି ଯାଇଥିବବେଳେ ଦୀର୍ଘ ୬ମାସ ବିତିଥିଲେ ମଧ୍ୟ ଚିକିତ୍ସା ହୋଇ ପାରିନାହିଁ । ଏପଟେ ଚିକିତ୍ସା ପାଇ ନପାରି ଯନ୍ତ୍ରଣାରେ ଛଟପଟ ହେଇଛନ୍ତି ନବ। ତାଙ୍କ ଦୁଃଖ ଦେଖି ନପାରି ଗ୍ରାମ ଯୁବକ ସଙ୍ଘ ଆଜି ତାଙ୍କ ଚିକିତ୍ସା ଦାବିରେ ବାଙ୍କୀ ବୈଦେଶ୍ୱର ମୂଖ୍ୟ ରାସ୍ତାକୁ ଅବରୋଧ କରି ସରକାରଙ୍କ ବିଭିନ ସ୍ୱାସ୍ଥ୍ୟ ଯୋଜନା କାହା ପାଇଁ ବୋଲି ପ୍ରଶ୍ନ କରିଛନ୍ତି। ଏପର୍ଯ୍ୟନ୍ତ କେହି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି।

Leave A Reply

Your email address will not be published.

nine + 12 =