କ୍ୟାବିନେଟ ମଞ୍ଜୁରୀ, ୩୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦୀପାବଳି ବୋନସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର ଘୋଷଣା କରାଯାଇଛି। ୩୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ୩୭୩୭ କୋଟି ଟଙ୍କା ଦୀପାବଳି ବୋନସ ଦେବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଉଭୟ ଉତ୍ପାଦନ ବୋନସ ଏବଂ ଅଣ-ଉତ୍ପାଦକ ଭିତ୍ତିକ ବୋନସକୁ କ୍ୟାବିନେଟ ଅନୁମୋଦନ କରିଛି। କ୍ୟାବିନେଟ ବୈଠକରେରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ପ୍ରତ୍ୟେକ୍ଷ ସୁବିଧା ହସ୍ତାନ୍ତରଣ ବ୍ୟବସ୍ଥା ମାଧ୍ୟମରେ କର୍ମଚାରୀଙ୍କ ଆକାଉଣ୍ଟକୁ ଏକକାଳୀନ ବୋନସ ଟଙ୍କା ପଠାଯିବ। ସେ କହିଛନ୍ତି ଯେ ଦଶହରା କିମ୍ବା ଦୁର୍ଗା ପୂଜା ପୂର୍ବରୁ ୩୦ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ୩୭୩୭ କୋଟି ଟଙ୍କା ବୋନସ ଦେବା ପ୍ରକ୍ରିୟା ଆରମ୍ଭ ହେବ। କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତି ସରକାରଙ୍କ ୩୦ ଲକ୍ଷରୁ ଅଧିକ ଅଣ-ଗେଜେଟେଡ୍ କର୍ମଚାରୀଙ୍କୁ ଉପକୃତ କରିବ। ତେବେ ଏଥିପାଇଁ ରାଜକୋଷ ଉପରେ ୩୭୩୭ କୋଟି ଟଙ୍କା ଅତିରିକ୍ତ ବୋଝ ପଡିବ। ସୂଚନାଯୋଗ୍ୟ, ଗତ ସପ୍ତାହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପର୍ବପର୍ବାଣି ନିମନ୍ତେ ସ୍ୱତନ୍ତ୍ର ଆଡଭାନ୍ସ ସ୍କିମ୍ ଆରମ୍ଭ କରିବାକୁ ଘୋଷଣା କରିଥିଲେ। ଏହା ଅଧୀନରେ କର୍ମଚାରୀମାନେ ୧୦ ହଜାର ଟଙ୍କା ଆଗୁଆ ପାଇବାକୁ ସକ୍ଷମ ହେବେ।

Leave A Reply

Your email address will not be published.

seven − 2 =