ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଜନ୍ମ ଦିନର ଶୁଭେଚ୍ଛା

ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜନ୍ମଦିନ। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୫୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି ଅବସରରେ ଦେଶର ବହୁ ବଡ଼ ବଡ଼ ରାଜନେତା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ଏବଂ ପୀୟୁଷ ଗୋୟଲଙ୍କ ପର୍ଯ୍ୟନ୍ତ ଅନେକ ନେତା ଟ୍ୱିଟର ମାଧ୍ୟମରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ୧୯୬୪ ଅକ୍ଟୋବର ୨୨ତାରିଖରେ ମୁମ୍ବଇର ଏକ ଗୁଜୁରାଟି ପରିବାରରେ ଶାହା ଜନ୍ମଗ୍ରହଣ କରିଥିଲେ । ୧୯୮୦ରେ ମାତ୍ର ୧୬ ବର୍ଷ ବୟସରେ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ଯୋଗ ଦେଇଥିଲେ । ତାଙ୍କର ଡାକ ନାମ କୁସୁମବେନ ଓ ପିତାଙ୍କ ନାମ ହେଉଛି ଅନିଲଚନ୍ଦ୍ର ଶାହା । ଅମିତ ଶାହାଙ୍କୁ ବର୍ତ୍ତମାନ ରାଜନୀତିର ଚାଣକ୍ୟ ବୋଲି କୁହାଯାଉଛି।

Leave A Reply

Your email address will not be published.

one × one =