୩୧ରେ ଓଜେଇଇ ଫଳ

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ଅକ୍ଟୋବର ୩୧ରେ ପ୍ରକାଶ ପାଇବାର ସମ୍ଭାବନା ରହିଛି। ପରୀକ୍ଷା ଫଳ ପ୍ରକାଶ ସଂକ୍ରାନ୍ତରେ ଓଜେଇଇ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ପୂର୍ବବର୍ଷ ପରି ଚଳିତ ବର୍ଷ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଲୋକସେବା ଭବନରେ ସାମ୍ବାଦିକ ସମ୍ମିଳନୀ କରି ଫଳ ପ୍ରକାଶ କରିବ କି କରୋନା ଯୋଗୁଁ ଅନଲାଇନରେ ପ୍ରକାଶ କରିବ ସେ ସମ୍ବନ୍ଧରେ ନିଷତ୍ତି ନିଆଯାଇ ନାହିଁଁ। ଖୁବ୍‌ଶୀଘ୍ର କେଉଁ ଉପାୟରେ ଫଳ ପ୍ରକାଶ କରାଯିବ ସେ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଅକ୍ଟୋବର ୧୨ରୁ ୧୯ ଯାଏଁ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ସର୍ବାଧିକ ୭୯,୭୮୮ ବିଦ୍ୟାର୍ଥୀ ଏହି ପ୍ରବେଶିକା ପରୀକ୍ଷା ଦେବା ନିମନ୍ତେ ପଞ୍ଜୀକରଣ କରିଥିଲେ। ଓଡ଼ିଶାର ୨୧ଟି ସହରରେ ୫୪ ପରୀକ୍ଷା କେନ୍ଦ୍ରରେ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ।
ସେହିପରି ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ବିହାର ରାଜ୍ୟର ତିନିଟି ସହରରେ ୫ ଅନଲାଇନ କେନ୍ଦ୍ର କରାଯାଇ ଥିଲା। ଓଜେଇଇ ପରୀକ୍ଷା ଦେଇ ନଥିବା ଛାତ୍ରଛାତ୍ରୀ ଗତ ୨୨ ତାରିଖରେ ସ୍ୱତନ୍ତ୍ର ଓଜେଇଇ ଦେଇଥିଲେ। ଉଭୟ ପରୀକ୍ଷାର୍ଥୀଙ୍କ ଖାତାକୁ ମୂଲ୍ୟାୟନ କରାଯାଇ ଫଳ ପ୍ରକାଶ ପାଇବ। ପରେ ଛାତ୍ରଛାତ୍ରୀ ସରକାରୀ ଏବଂ ବେସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖାଇବା ପାଇଁ ଓଜେଇଇ ପକ୍ଷରୁ କାଉନ​‌େ​‌ସଲିଂ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.

one × 5 =