ପୁଣି କାଳିଆ ଲେଉଟିବ?

ମହାମାରୀ କରୋନା ଏବେ ଏହାର ଫଣା ତଳମୁଁହା କରିଛି ବୋଲି କୁହାଯାଉଛି । ସେହିପରି ପୁର୍ନର୍ବାର ମହାମାରୀ ଆଗାମି ବଢ଼ିବାର ଆଶଙ୍କା କେତେକ ସ୍ଥରୁ କରାଯାଉଥିଲା ବେଳେ ବାସ୍ତବରେ କୋଭିଡ ଟିକା ଏପର୍ଯ୍ୟନ୍ତ ବାହାରି ନଥିବାରୁ ଏହି ଭୟାନକ ଭାଇରସ୍ ଜନିତ ମହାମାରୀର ଆଗାମୀ ସ୍ଥିତି ନେଇ କେହି କିଛି ସ୍ପଷ୍ଟ ମତ ଦେଇପାରୁନାହାନ୍ତି । ଅନ୍ୟପକ୍ଷରେ ଆମ ରାଜ୍ୟ ଓଡ଼ିଶାର ଅବସ୍ଥାକୁ ନେଇ ରାଜ୍ୟବାସି ମଧ୍ୟ ଅନିଶ୍ଚିତତା ମଧ୍ୟରେ ଗତିକରୁଛନ୍ତି । ଏପରିକି ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ ରାଜ୍ୟରେ ସଂକ୍ରମଣ କମିଥିଲା ବେଳେ ପୁର୍ନବାର ଏହା ବଢ଼ିବା ଅସମ୍ଭବ ନୁହେଁ । ଉଲ୍ଲେଖଯୋଗ୍ୟ, ଗଞ୍ଜାମରେ ପ୍ରଥମ ପର୍ଯ୍ୟାୟରେ ସଂକ୍ରମଣ ଶୀର୍ଷ ସ୍ତରକୁ ଉଠିଥିଲା ବେଳେ ପୁର୍ନବାର ଏହା ହ୍ରାସ ପାଇବା ସହିତ ଖୋର୍ଦ୍ଧା ଜିଲ୍ଲା ଶୀର୍ଷ ସ୍ତରକୁ ଆସିଥିଲା ଏବଂ ଜିଲ୍ଲା ମଧ୍ୟରେ ରାଜଧାନୀ ଭୁବନେଶ୍ୱର ଶୀର୍ଷରେ ଥିଲା । ଏବେ ଏହା କମି ଥିବାରୁ ସମସ୍ତେ ଆଶ୍ୱସ୍ତ ଅନୁଭାବ ଅନୁଭବ କରୁଛନ୍ତି । ତେବେ ଆମ ଯେଉଁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମନ୍ତବ୍ୟ ସମ୍ପର୍କରେ ଉଲ୍ଲେଖ କରୁଛି । ସେ ହେଲା ଡାକ୍ତର ବିରୋଜ ମିଶ୍ର ତାଙ୍କ କହିବା ଅନୁଯାୟୀ ଶୀତ ବଢ଼ିଲେ ଦ୍ୱିିତୀୟ ଲହର ଆସିବା ଅସମ୍ଭବ ନୁହେଁ । ଯଦି ଓଡ଼ିଶାବାସୀ ଶୀତ ଲାଗି ସତର୍କ ନହୁଅନ୍ତି, ତେବେ ପୁଣି ସଂକ୍ରମଣ ବଢ଼ିବା ବିଚିତ୍ର ମୁହେଁ । ତାଙ୍କ କହିବାନୁଯାୟୀ, ପ୍ରଥମେ ଗଞ୍ଜାମ ସଂକ୍ରମଣରେ ଶୀର୍ଷରେ ଓ ଦ୍ୱିତୀୟରେ ଭୁବନେଶ୍ୱର ପହଂଚିଥିବାରୁ ଆଗକୁ ଶୀତ ଆସିବା ସହିତ ଯଦି ଗଞ୍ଜାମ ଓ ଭୁବନେଶ୍ୱରରେ ସଂକ୍ରମଣ ବଢେ଼, ତେବେ ଦ୍ୱିିତୀୟ ଲହର ଆସିଲା ବୋଲି କହିହେବ ବିଏମ୍ସି କମିସନର ମଧ୍ୟ ସମାନ ଯୁକ୍ତି ବାଢିଛନ୍ତି । ସେ କହିଛନ୍ତି ଜନସାଧାରଣ ଯଦି ପାର୍ବଣ ଓ ଶୀତ ଋତୁରେ ଯଥେଷ୍ଟ ସାବଧାନ ନରୁହନ୍ତି ତେବେ ସଂକ୍ରମଣ ପୁର୍ବସ୍ଥିତିକୁ ଫେରିଆସିବା ଆଶଙ୍କା କରାଯିଇପାରେ ।ତେବେ ଆମର ଏଠାରେ କହିବାର କଥା ହେଲା ଯେ, ଗୋଟିଏ ପଟେ ପାର୍ବଣ ଓ ଶୀତ ଋତୁରେ ଦ୍ୱିତୀୟ ଲହର ଆସିବା ଆଶଙ୍କାରେ ସମସ୍ତେ ବ୍ୟସ୍ତତା ମଧ୍ୟରେ ରହିଛନ୍ତି ଏହା ଯେତିକି ସତ୍ୟ, ତା’ଠାରୁ ଅଧିକ ସତ୍ୟ ହେଉଛି, ଯେ ପର୍ଯ୍ୟନ୍ତ ବିଶ୍ୱ ବଜାରକୁ କୋଭିଡ-୧୯ ଟିକା ନଆସିଛି ସେପର୍ଯ୍ୟନ୍ତ ମହାମାରୀ କମିଲା ବୋଲି କହିବେ ନାହିଁ । ଶୀତ ହେଲେ ଏହାକୁ ମୁକାବିଲା କରିବା ଏବେ ପ୍ରତି ଗୃହ ମାଲିକମାନଙ୍କ ଏକ ଗୁରୁ ଦାୟିତ୍ୱ । ଶୀତ ଆଜିଠାରୁ ଆରମ୍ଭ ହୋଇଯାଇଛି । ଆଉ ସପ୍ତାହକ ମଧ୍ୟରେ ଏହାର ପ୍ରକୋପ ବଢ଼ିପାରେ । ଯଦି ତା ହୁଏ, ତେବେ ପର୍ବପର୍ବାଣୀ ଅବସରରେ ଯେଉଁମାନେ ରାତ୍ର ଭ୍ରମଣ କରିବେ ସେମାନେ ଯେ ମହାମାରୀର ଶୀକାର ନହେବେ ତାହା କହିହେବ ନାହିଁ । ତେଣୁ ଆମକୁ ସମସ୍ତକୁ ଏ ଦିଗରେ ଟିକା ବାହାରିବା ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡିବ । ଯଦି ତା ନହୁଏ ତେବେ ଦ୍ୱିତୀୟ ଲହର ମଧ୍ୟ ଅତି ଅଳ୍ପ ଦିନ ମଧ୍ୟରେ ପୁଣି ଆସିଲେ ଏହାକୁ ବିଚିତ୍ର ବୋଲି କହିବା ଭୁଲ ହେବ । ବରଂ ଦ୍ୱିତୀୟ ଲହର ଆସିଲେ ଏହାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ସାମ୍ନା କରିବା ଉଚିତ ।

Leave A Reply

Your email address will not be published.

four × one =