ଯାତନା ଦେଉଛି ସ୍ମାର୍ଟସିଟି-୨: ସହିଦନଗର ସାରା ଖାଲ

ଉତ୍ତରଭୁବନେଶ୍ୱର: ସ୍ମାର୍ଟସିଟିର ଭିଭିଆଇପି ଅଞ୍ଚଳ ଭାବେ ପରିଚିତ ସହିଦନଗର ଅଞ୍ଚଳର ବାସିନ୍ଦା ଏବେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଯୁଆଡ଼େ ଦେଖିବ ସିଆଡ଼େ ଖାଲଖମା। ସବୁଠାରୁ ବଡ଼ କଥା ହେଉଛି ସ୍ମାର୍ଟସିଟିର କାର୍ଯ୍ୟାଳୟ ଏଠାରେ ଥିଲେ ମଧ୍ୟ ଏହି ଅଞ୍ଚଳକୁ ଉପେକ୍ଷା କରାଯାଉଥିବା ସ୍ଥାନୀୟ ବାସିନ୍ଦା ଗୁରୁତର ଅଭିଯୋଗ କରିଛନ୍ତି। ଏକାଧିକ ବିଭାଗ ଏଠାରେ କାମ କରୁଥିଲେ ହେଁ ସମନ୍ବୟ ଅଭାବରୁ ଏହାର ପରିଣାମ ଅଞ୍ଚଳବାସୀଙ୍କୁ ଭୋଗିବାକୁ ପଡୁଛି। ସହିଦନଗରର ସମସ୍ତ ମୁଖ୍ୟ ଏବଂ ଲେନ୍ ରାସ୍ତା ଅବସ୍ଥା ଏପରି ଘରୁ ବାହାରିବା ସମ୍ଭବ ହେଉନାହିଁ। ବିଭିନ୍ନ ଆଳ ଦେଖାଇ ପ୍ରଶାସନ ଦିନ ଗଡ଼ାଉଥିବାବେଳେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ବାସିନ୍ଦା ଭୋଗୁଛନ୍ତି ଯନ୍ତ୍ରଣା। କେତେବେଳେ ​‌େ​‌ସ୍ୱରେଜ୍ ବିଭାଗ କାମ ପାଇଁ ଭଲ ରାସ୍ତାକୁ ଖୋଳି ଅଧା ପନ୍ତରିଆ କରି ଛାଡ଼ି ଦେଉଛି ତ ଆଉ କେତେବେଳେ ଡ୍ରେନେଜ୍ ବିଭାଗ ରାସ୍ତା ଖୋଳି ଛାଡ଼ି ଦେଉଛି। କେବୁଲ ଓ ୨୪ଘଣ୍ଟିଆ ପାନୀୟ ଜଳ ଯୋଗାଣ ପାଇଁ ବାରମ୍ବାର ରାସ୍ତା ଖୋଳାଯାଉଛି। ବିଗତ ଦିନରେ ବାରମ୍ବାର ଲଘୁଚାପ ବର୍ଷା ରାସ୍ତାଘାଟ ଅବସ୍ଥାକୁ ଦ୍ୱିଗୁଣିତ କରିଥିବା ବେଳେ ଏବେ ସୁଦ୍ଧା ଏହି ରାସ୍ତାଘାଟ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ମୃତ୍ୟୁଯନ୍ତା ପାଲଟିଥିବା ଅଧିକାଂଶ ଅଭିଯୋଗ କରିଛନ୍ତି।

ଉତ୍ତରଭୁବନେଶ୍ୱର: ସ୍ମାର୍ଟସିଟିର ଭିଭିଆଇପି ଅଞ୍ଚଳ ଭାବେ ପରିଚିତ ସହିଦନଗର ଅଞ୍ଚଳର ବାସିନ୍ଦା ଏବେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଯୁଆଡ଼େ ଦେଖିବ ସିଆଡ଼େ ଖାଲଖମା। ସବୁଠାରୁ ବଡ଼ କଥା ହେଉଛି ସ୍ମାର୍ଟସିଟିର କାର୍ଯ୍ୟାଳୟ ଏଠାରେ ଥିଲେ ମଧ୍ୟ ଏହି ଅଞ୍ଚଳକୁ ଉପେକ୍ଷା କରାଯାଉଥିବା ସ୍ଥାନୀୟ ବାସିନ୍ଦା ଗୁରୁତର ଅଭିଯୋଗ କରିଛନ୍ତି। ଏକାଧିକ ବିଭାଗ ଏଠାରେ କାମ କରୁଥିଲେ ହେଁ ସମନ୍ବୟ ଅଭାବରୁ ଏହାର ପରିଣାମ ଅଞ୍ଚଳବାସୀଙ୍କୁ ଭୋଗିବାକୁ ପଡୁଛି।

ସହିଦନଗରର ସମସ୍ତ ମୁଖ୍ୟ ଏବଂ ଲେନ୍ ରାସ୍ତା ଅବସ୍ଥା ଏପରି ଘରୁ ବାହାରିବା ସମ୍ଭବ ହେଉନାହିଁ। ବିଭିନ୍ନ ଆଳ ଦେଖାଇ ପ୍ରଶାସନ ଦିନ ଗଡ଼ାଉଥିବାବେଳେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ବାସିନ୍ଦା ଭୋଗୁଛନ୍ତି ଯନ୍ତ୍ରଣା। କେତେବେଳେ ​‌େ​‌ସ୍ୱରେଜ୍ ବିଭାଗ କାମ ପାଇଁ ଭଲ ରାସ୍ତାକୁ ଖୋଳି ଅଧା ପନ୍ତରିଆ କରି ଛାଡ଼ି ଦେଉଛି ତ ଆଉ କେତେବେଳେ ଡ୍ରେନେଜ୍ ବିଭାଗ ରାସ୍ତା ଖୋଳି ଛାଡ଼ି ଦେଉଛି। କେବୁଲ ଓ ୨୪ଘଣ୍ଟିଆ ପାନୀୟ ଜଳ ଯୋଗାଣ ପାଇଁ ବାରମ୍ବାର ରାସ୍ତା ଖୋଳାଯାଉଛି। ବିଗତ ଦିନରେ ବାରମ୍ବାର ଲଘୁଚାପ ବର୍ଷା ରାସ୍ତାଘାଟ ଅବସ୍ଥାକୁ ଦ୍ୱିଗୁଣିତ କରିଥିବା ବେଳେ ଏବେ ସୁଦ୍ଧା ଏହି ରାସ୍ତାଘାଟ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ମୃତ୍ୟୁଯନ୍ତା ପାଲଟିଥିବା ଅଧିକାଂଶ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.

5 × three =