“ନୁହେଁ ମୁଁ ନକ୍ସଲ୍” ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ବରିଷ୍ଠ ଔପନ୍ୟାସିକ ତଥା କଥାକାର କୃପାସାଗର ସାହୁଙ୍କ ଉପନ୍ୟାସ “ନୁହେଁ ମୁଁ ନକ୍ସଲ୍” ପ୍ରଖ୍ୟାତ ଔପନ୍ୟାସିକ ରାଧାମୋହନ ମହାପାତ୍ରଙ୍କ ଦ୍ୱାରା ଦି ଆକୋ ଗେଷ୍ଟହାଉସ ସଭାକକ୍ଷରେ ଏକ ନିରାଡ଼ମ୍ବର ସଭାରେ ଲୋକାର୍ପିତ ହୋଇଯାଇଛି । ଏହି ଲୋକାର୍ପଣ ଉତ୍ସବରେ ଅନ୍ୟତମ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ତଥା ଲେଖକ ରମେଶ ପଟ୍ଟନାୟକ ଏବଂ ଜନଜାତି ବିଶେଷଜ୍ଞ ଡ. ଅନନ୍ତ ଚରଣ ସାହୁ ଯୋଗ ଦେଇଥିଲେ । ପ୍ରାରମ୍ଭିକ ବକ୍ତବ୍ୟରେ ଔପନ୍ୟାସିକ ଶ୍ରୀ ସାହୁ ତାଙ୍କ ଉପନ୍ୟାସର ବିଷୟବସ୍ତୁ, କିଭଳି ପରିସ୍ଥିତିରେ ନକ୍ସଲ୍ ଦଳରେ ମିଶିଥିବା ଜଣେ କୋୟା ଆଦିବାସୀର ଅଂଗେଲିଭା କଥା ସୂ·ଇ ଏଥିରେ ନକ୍ସଲ୍ମାନଙ୍କୁ ହିଂସାତ୍ମକ ପନ୍ଥା ପରିତ୍ୟାଗକରି ରାଷ୍ଟ୍ରର ମୁଖ୍ୟଧାରାରେ ମିଶିଯିବା ପାଇଁ ଏକ ବାର୍ତା ରହିଛି ବୋଲି କହିଥିଲେ । ଚାରିଦଶନ୍ଧି ଧରି ଜନଜାତି ଅଂଚଳରେ କାର୍ଯ୍ୟ କରିଥିବା ଡ. ଅନନ୍ତ ଚରଣ ସାହୁ ଆଦିବାସୀଙ୍କ ସରଳତା ଓ ନିଷ୍କପଟତାର ଉଦାହରଣ ଦେଇଥିଲେ । ଅଧ୍ୟକ୍ଷୀୟ ଅଭିଭାଷଣରେ ଶ୍ରୀରାଧାମୋହନ ମହାପାତ୍ର କୃପାସାଗର ସାହୁଙ୍କ ଗଳ୍ପ ଉପନ୍ୟାସର କଥାବସ୍ତୁ ଅନନ୍ୟ ଏବଂ ନକ୍ସଲ୍ ସମସ୍ୟା ଉପରେ ଏଭଳି ଉପନ୍ୟାସ ଓଡ଼ିଆ ସାହିତ୍ୟରେ ଦୁର୍ଲଭ ବୋଲି ମତବ୍ୟକ୍ତ କରିଥିଲେ । ଏ ସଭାରେ ବିଶିଷ୍ଟ କବି ନିରାକାର ଦାସ, ଗାଳ୍ପିକା ଓ ପ୍ରାବନ୍ଧିକା ଡ. ବାସନ୍ତୀ ମହାନ୍ତି, ପ୍ରାବନ୍ଧିକା ଅଧ୍ୟାପିକା ଡ. ଝାନ୍ସୀ ସିଂହ ଏବଂ ସଂଯୋଜିକା କବୀ ଓ ଗାଳ୍ପିକା ସୁନନ୍ଦା ପ୍ରଧାନ କୃପାସାଗର ସାହୁଙ୍କ କଥା ସୃଷ୍ଟିର ବହୁବର୍ଣ୍ଣିତା ଉପରେ ଆଲୋକପାତ କରିବା ସଂଗେ ସଂଗେ ‘ନୁହେଁ ମୁଁ ନକ୍ସଲ୍’ ଉପନ୍ୟାସଟି ଓଡ଼ିଆ ସାହିତ୍ୟରେ ଅନନ୍ୟ ସ୍ଥାନ ଅଧିକାର କରିବ ବୋଲି ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.

sixteen − three =