ବାଲେଶ୍ୱର ଓ ତିର୍ତୋଲ ଉପ ନିର୍ବାଚନ ପ୍ରଚାର ଶେଷ

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତୋଲ ବିଧାନସଭା ଆସନ ଲାଗି ହେଉଥିବା ଉପ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆଜି ଅପରାହ୍ନ ୫ଟା ସୁଦ୍ଧା ସମାପ୍ତ ହୋଇଛି । ଶେଷ ମୁହୁତରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ଥିଲେ ଶେଷ ମୁହୁର୍ତରେ ଘରକୁ ଘର ବୁଲି ବିଭିନ୍ନ ଦଳର କର୍ମୀ, ନେତା ଓ ପ୍ରାର୍ଥୀ ଭୋଟ୍ ମାଗୁଥିବା ଦେଖାଯାଇଥିଲା । ଏହି ୨ଟି ଆସନରେ ତ୍ରିମୁଖ୍ୟ ପ୍ରତିଦ୍ୱନ୍ଦିତା ଚାଲିଥିଲୋ ବେଳେ ବାଲେଶ୍ୱରରେ ବିଜେଡି ପ୍ରର୍ଥୀ ସ୍ୱରୁପ କୁମାର ଦାସ ଜିତିବା ପାଇଁ ତାଙ୍କର ଶେଷ ଗୋଟି ଚାଳନା କରିଥିଲା ବେଳେ ବିଜେପିର ମାନସ କୁମାର ଦତ ଅନୁକମ୍ପା ଭୋଟ ଉପରେ ପ୍ରାଧାନ୍ୟ ଦେଉଛନ୍ତି । ଅନ୍ୟପଟେ କଂଗ୍ରେସ ପାର୍ଥୀ ମମତା କୁଣ୍ଡୁ ପ୍ରଚାର ମଇଦାନରେ ଭୋଟରଙ୍କ ଦୃଷ୍ଟି ଆକର୍ଷଣ ଲାଗି ଦଳର ବହୁ ବରିଷ୍ଠ ନେତାଙ୍କୁ ବୁଲାଇ ପ୍ରଚାର କରୁଥିବା ପ୍ରକାଶ । ସେହିପରି ବାଲେଶ୍ୱରର ଅନ୍ୟତମ ସ୍ୱାଧିନ ପ୍ରାର୍ଥୀ ବେଣୁଧର ବାରିକଙ୍କୁ ନେଇ ଭୋଟରଙ୍କ ମଧ୍ୟରେ ଚର୍ଚ୍ଚା ମଧ୍ୟ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଜଗତସିଂହପୁର ଜିଲ୍ଲାର ତିର୍ତୋଲ ନିର୍ବାଚନ ମଣ୍ଡଳି ଉପ ନିର୍ବାଚନ ଲାଗି ଉପରୋକ୍ତ ୩ ପ୍ରମୁଖ ଦଳର ପ୍ରାର୍ଥୀ ଆଜି ପ୍ରଚାର ବନ୍ଦ ହେବା ପୂର୍ବରୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଉପାୟରେ ପ୍ରଚାର ଜାରି ରଖିଛନ୍ତି । ଏହି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଥିବା ବିଷ୍ଣୁ ଦାସଙ୍କ ବିୟୋଗ ପରେ ଏଥର ବିଜେଡି ଟିକେଟ୍ ତାଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ମିଳିଛି । କଂଗ୍ରେସରୁ ହଂମାଶୁ ମଳିକ ପ୍ରାର୍ଥୀ ହୋଇଥିଲା ବେଳେ ବିଜେପିରୁ ରାଜକିଶୋରେ ବେହେରା ନିର୍ବାଚନ ଲଢ଼ୁଛନ୍ତି । ତେବେ ଦେଖିବାର କଥା ବିଜୟର ଟିକା ଏଥର କେଉଁ ଦଳ ଧାରଣ କରୁଛି!

Leave A Reply

Your email address will not be published.

4 × two =