କାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲ୍ ଉପ ନିର୍ବାଚନ

ଭୁବନେଶ୍ୱର : ଆସନ୍ତାକାଲି ଅନୁଷ୍ଠିତ ହେବ ବହୁ ପ୍ରତିକ୍ଷୀତ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ୍ ଉପ ନିର୍ବାଚନ । ଏଥିପାଇଁ ଚାଲିଛି ପ୍ରଶାସନିକ ପ୍ରସ୍ତୁତି। ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ୩୪୬ଟି ବୁଥ୍ କରାଯାଇଥିବା ବେଳେ ସଦର ବ୍ଲକ ଓ ମଧ୍ୟ ମ୍ୟୁନିସିପାଲିଟି ଅଞ୍ଚଳକୁ ୨ ଭାଗରେ ବିଭକ୍ତ କରାଯାଇଛି। ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ପାଇଁ  ସମୟ ଧାର୍ଯ୍ୟ କରାଯାଇଛି। ସେହି ଅନୁଯାୟୀ ପୁଲିଂ ଅଧିକାରୀଙ୍କୁ ଇଭିଏମ୍ ହସ୍ତାନ୍ତର କରାଯାଇଛି।  ଭୋଟଗ୍ରହଣ ସମୟରେ ପୁଲିଂ ଟିମ୍ ଏବଂ ମତଦାତାଙ୍କ ଥର୍ମାଲ୍ ସ୍କ୍ରିନିଂ ସହ ସାନିଟାଇଜକୁ ବାଧ୍ୟତାମୂଳକ କରାଯାଇଛି। ସେଥିପାଇଁ ଆଶାକର୍ମୀ ଏବଂ ସ୍ୱେଚ୍ଛାସେବୀ ପୁଲିଂ ବୁଥରେ ଉପସ୍ଥିତ ରହିବେ । ପୁଲିଂ ଅଧିକାରୀଙ୍କୁ ମାସ୍କ, ଗ୍ଲୋଭ୍ସ ସହ ଫେସ୍‌ ସିଲଡ ଦିଆଯାଇଛି। ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ମଧ୍ୟ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତିର୍ତ୍ତୋଲରେ ରହିଛି ମୋଟ ୩୭୩ ବୁଥ୍। ତା ଭିତରୁ ୧୫୫ଟିକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି। ୬୨ଟି ବୁଥରେ ସିଏସ୍ଏପି ମୁତୟନ କରାଯାଇଛି ଏବଂ ୪୦ଟି କେନ୍ଦ୍ରରେ ମାଇକ୍ରୋ ଅବଜରଭର ରହିବେ।  ୨୬ଟି ମତଦାନ କେନ୍ଦ୍ରରେ ୱେବକାଷ୍ଟିଂ କରାଯିବ ଏବଂ ଅନ୍ୟ ବୁଥରେ ସିସିଟିଭି ବ୍ୟବସ୍ଥା କରାଯାଉଥିବା ଜଗତସିଂହପୁର ଜିଲ୍ଲାପାଳ କହିଛନ୍ତି । ସମସ୍ତ ସରଞ୍ଜାମ ଧରି ପୁଲିଂ ପାର୍ଟି ବୁଥ୍‌ ଯାଇଥିବା ଜଣାଯାଇଛି।

Leave A Reply

Your email address will not be published.

15 − 3 =