ଓଡିଶାରେ କରୋନା କିଲର

ଭୁବନେଶ୍ୱର : ଭାରତୀୟ ଭେଷଜ ଗବେଷଣା ପରିଷଦ (ଅ।ଇସିଏମ୍ଅ।ର) ଏବଂ ନେସନାଲ ଇନ୍ଷ୍ଟିଟ୍ୟୁଟ ଅଫ୍ ଭାଇରୋଲୋଜି (ଏନ୍ଅ।ଇଭି) ଦ୍ୱାରା ଅନୁମୋଦିତ କରୋନା ଭୂତାଣୁକୁ ମାରି ପାରୁଥିବା ଯନ୍ତ୍ର ‘କରୋନା କିଲର’ ଅ।ଜି ଓଡିଶାରେ ପ୍ରବେଶ କରିଛି । ପୁଣେ ସ୍ଥିତ ଭାରତୀୟ କମ୍ପାନୀ ଇଣ୍ଡୋଟେକ ସଲ୍ୟୁସନ ଲିମିଟେଡ ପକ୍ଷରୁ ଅ।ଜି ଆନୁଷ୍ଠାନିକ ଭାବେ ଏହାର ଉନ୍ମୋଚନ ହୋଇଛି ।କମ୍ପାନୀର ପରିଚାଳନା ନିର୍ଦେଶକ ଭାଉସାହେବ ଜଞ୍ଜିରେ ଓ ଓଡିଶା ମୁଖ୍ୟ କ୍ରିଷ୍ଟା ପଟ୍ଟନାୟକ ମିଳିତ ଭାବେ ଏହାର ଉନ୍ମୋଚନ କରିଛନ୍ତି । କରେନା କିଲର ଯନ୍ତ୍ର ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦେଇ ଶ୍ରୀ ଜଞ୍ଜିରେ କହିଥିଲେ ଯେvବିଦ୍ୟୁତଚାଳିତ ଏହି ଯନ୍ତ୍ର ଦ୍ୱାରା ଛୋଟ କୋଠରୀଠାରୁ ଅ।ରମ୍ଭ କରି ବିଭିନ୍ନ ଦପ୍ତର ଓ ଚିକିତ୍ସାଳୟକୁ କରୋନା ମୁକ୍ତ କରାଯାଇ ପାରିବ । ଏଥିରେ କୌଣସି ରସାୟନିକ ପଦାର୍ଥ ବ୍ୟବହାର ହେଉନଥିବାରୁ ଏହା ପରିବେଶ ଅନୁକୂଳ । ଏହା କରୋନା ଭୂତାଣୁ ସହିତ ଘରେ ଥିବା ଅନ୍ୟାନ୍ୟ ବ୍ୟାକ୍ଟେରିଅ। ଅ।ଦିକୁ ମଧ୍ୟ ବିନାଶ କରିବ ।ପୁଣେ ସ୍ଥିତ ନାଇଡୁ ହସ୍ପିଟାଲରେ ଏହା ବହୁଳ ବ୍ୟବହାର ହେଉଥିବାବେଳେ ବର୍ତ୍ତମାନ କମ୍ପାନୀ ପକ୍ଷରୁ ଅ।ମେରିକା, ଅଷ୍ଟେ୍ରଲିଅ ।, ସିଙ୍ଗାପୁର, ଦୁବାଇ, ନେପାଳ, ଫିଲିପାଇନ୍ସ ଅ।ଦି ଦେଶକୁ ଏହା ରପ୍ତାନି କରାଯାଉଛି । ଦେଶ ମଧ୍ୟରେ ମଧ୍ୟ ଏହାର ·ହିବା ବଢିବାରେ ଲାଗିଛି । କେବଳ କୌଣସି କୋଠରୀ ନୁହେଁ, ଏହାଦ୍ୱାରା ଗାଡିମୋଟର, ବିମାନ, ବିଦ୍ୟାଳୟ, ପରୀକ୍ଷାଗାର, ପନି ପରିବା ସହିତ ପୋଷାକପତ୍ର ଅ।ଦିକୁ ମଧ୍ୟ ସହଜରେ କରୋନା ମୁକ୍ତ କରାଯାଇପାରିବ । ବିଭିନ୍ନ ସ୍ଥାନରେ ଏହାର ବ୍ୟବହାର ଲାଗି ବିଭିନ୍ନ ଅ।କୃତିର କରୋନା କିଲର ପ୍ରସ୍ତୁତ ହୋଇଛି । ସମଗ୍ର ଦେଶରେ କରୋନା କିଲର ·ହିଦା ଦୃଷ୍ଟିରୁ କମ୍ପାନୀ ଏହାର ଉତ୍ପାଦନକୁ ଦୈନିକ ୨୦୦ରୁ ୭୦୦ ୟୁନିଟ୍କୁ ବୃଦ୍ଧି କରିଥିବା ଶ୍ରୀ ଜଞ୍ଜିରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

1 × five =