ସିଫାରେ ସତର୍କତା ସଚେତନତା ସପ୍ତାହ

ଭୁବନେଶ୍ୱର: କୌଶଲ୍ୟାଗଙ୍ଗସ୍ଥିତକେନ୍ଦ୍ରୀୟ ମଧୁରଜଳଜୀବ ପାଳନ ଅନୁସନ୍ଧାନ ସଂସ୍ଥାନରେ ସତର୍କତା ସଚେତନତା ସପ୍ତାହ ୨୭ ଅକ୍ଟୋବରରୁ ୨ ନଭେମ୍ବରମଧ୍ୟରେ ପାଳିତ ହୋଇଯାଇଛି । ସତର୍କ ଭାରତ ସମୃଦ୍ଧ ଭାରତନ୍ତବିଷୟବସ୍ତୁଉପରେ ଆଧାରିତ ଏହିସତର୍କତାସପ୍ତାହର ପ୍ରାରମ୍ଭରେ ସିଫା ମୁଖ୍ୟାଳୟର ସମସ୍ତକର୍ମଚାରୀଙ୍କସମେତ ଗୁଜୁରାଟର ଆନନ୍ଦ, ପଶ୍ଚିମବଙ୍ଗର ରାହରାକଲ୍ୟାଣୀ, ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା, କର୍ଣ୍ଣାଟକର ବେଙ୍ଗାଲୁରୁରେ ଥିବା ଆଞ୍ଚଳିକ ଅନୁସନ୍ଧାନ କେନ୍ଦ୍ରରେ ଭର୍ଚୁଆଲ ମାଧ୍ୟମରେ ନାଗରିକଙ୍କ ପ୍ରତିସାଧୁତା ଶପଥପାଠ ନୂଆଦିଲ୍ଲୀରେ ଥିବାଭାରତୀୟକୃଷି ପରିଷଦର ମହାନିର୍ଦେଶକ ଡଃତ୍ରିଲୋଚନ ମହାପାତ୍ର କରାଇଥିଲେ ।ସିଫାର ନିର୍ଦେଶକ ଡଃସରୋଜକୁମାରସ୍ୱାଇଁ, ମୁଖ୍ୟ ପ୍ରଶାସକ ଶ୍ରୀଇନ୍ଦ୍ରଭୁଷଣ କୁମାର ଗୋଟଏ ଅନୁଷ୍ଠାନର ସ୍ୱଚ୍ଛ ପ୍ରତିଛବି ଓ ସାଧାରଣଙ୍କସେବା ନିମନ୍ତେ ସତର୍କତାର ଆବଶ୍ୟକୀୟ ଭୂମିକାଉପରେ ଆଲୋକପାତ କରିଥିବାବେଳେ ଭିଜିଲାନ୍ସ ଅଧିକାରୀ ଡଃମୃଣାଳ ସାମନ୍ତ ସତର୍କତାସଚେତନତା ଉପରେ ଏକ ଡିଜିଟାଲପ୍ରେଜେଣ୍ଟେସନ ଉପସ୍ଥାପନ କରିଥିଲେ । ସିଭିସି ଗାଇଡ୍ଲାଇନ୍ ଅନୁସାରେ ସିଫାକାର୍ଯ୍ୟାଳୟରେ କ୍ୱାଟର ଆଲର୍ଟମେଣ୍ଟ ଓ ତତ୍ସଂପର୍କିତ ଅଭିଯୋଗ, କାର୍ଯ୍ୟରତ ଠିକାକର୍ମଚାରୀଙ୍କର ବେତନ ଓ ଅନନ୍ୟା ସୁବିଧା, ମୂଲ୍ୟବାନ ସମ୍ପତିର ପରିଚାଳନା, ବୈଷୟିକ ଓ ପ୍ରଶାସନିକଶଦ୍ଧାର୍ଥ, ଇ-ଗଭର୍ଣ୍ଣାନ୍ସ, ଅଧୁନାତନ ଆଇନ ଓ ନୀୟମାବଳୀ ଏବଂ ସତର୍କତା ପ୍ରତିଷେଧକ ବ୍ୟବସ୍ଥା ଉପରେସଚେତନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଦୁର୍ନିତି ନିବାରଣ ନିମନ୍ତେ ଇ-ଗଭର୍ଣ୍ଣାନ୍ସର ଭୂମିକାଉପରେ ପ୍ରବନ୍ଧ ପ୍ରତିଯୋଗୀତା ଦୁର୍ନିତି ବିରୁଧରେ ମିଳିତସଂଗ୍ରାମଏକ ଅପହଞ୍ଚ ସ୍ୱପ୍ନ ଶୀର୍ଷକତର୍କ ପ୍ରତିଯୋଗୀତା ସତର୍କତାର ବିଭିନ୍ନ ଦିଗଶୀର୍ଷକ କୁଇଜପ୍ରତିଯୋଗୀତା ଆଦି ଏହିସପ୍ତାହରେ ଅନୁଷ୍ଠିତ ହୋଇଥିଲା । ଉଦ୍ୟାପନ ସମାରୋହରେ ସିଫାର ବରିଷ୍ଠ ପ୍ରଶାସକଙ୍କଟେଣ୍ଡର, କ୍ରୟବିକ୍ରୟଏଲ୍ଟିସି, ଟୁର୍, ନିଯୁକ୍ତି, ସରକାରୀ ନିୟମରଭୁଲ ଅବତାରଣା ସଂପର୍କରେ ଏକ ପ୍ରେଜେଣ୍ଟେସନ୍କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାରେ କୃତୀତ୍ୱ ହାସଲକରିଥିବା ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରଯାଇଥିଲା । ନିଦେ୍ର୍ଧଶକ ଡଃ ସରୋଜକୁମାର ସ୍ୱାଇଁ ପ୍ରତିଟି କ୍ଷେତ୍ରରେ କର୍ମଚାରୀ ମାନେ ସଜାଗରହିଲେ ଅନୁଷ୍ଠାନର ନାମଶୀର୍ଷରେ ପହଞ୍ଚିବ ଓ ଭାଗୀଦାରିମାନେ ସହଜରେ ସେବା ଲାଭକରି ପାରିବେ ବୋଲି କହିଥିଲେ । ଶେଷରେପ୍ରଧାନ ବୈଜ୍ଞାନିକ ତଥା ଭିଜିଲାନ୍ସ ଅଫିସର ଡଃଏମ୍. ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

5 × 5 =