କୋଟିପତି କିରାଣୀ ଗିରଫ : ଦରମା ୫୦ ହଜାର କିନ୍ତୁ ୧ କୋଟି ୩୨ ଲକ୍ଷରୁ ଉର୍ଦ୍ଧ୍ବ ଆୟ ବହିର୍ଭୂତ ସମ୍ପତ୍ତିର ମାଲିକ

ଭୁବନେଶ୍ଵର : ଗତକାଲି ଭିଜିଲାନ୍ସ ଜାଲରେ ପଡିଥିବା କୋଟିପତି କିରାଣୀଙ୍କୁ ଆଜି ଗିରଫ କରାଯାଇଛି। ଭୁବନେଶ୍ବର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଏହି କିରାଣୀ ଉଦୟନାଥ ଜେନାଙ୍କୁ ଆଜି ଗିରଫ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।  ଗତକାଲି ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ବର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିବା କିରାଣୀ ଉଦୟନାଥ ଜେନାଙ୍କ ଘର ଓ ଅଫିସରେ ଚଢ଼ଉ କରାଯାଇଥିଲା। ତେବେ ମାତ୍ର ୫୦ ହଜାର ଟଙ୍କା ଦରମା ପାଉଥିବା ଜଣେ ବ୍ୟକ୍ତିଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ବିଭାଗ ଆଖି ଖୋସି ହୋଇ ଯାଇଥିଲା। ଭୁବନେଶ୍ବର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଏହି କିରାଣୀ ଉଦୟନାଥ ଜେନାଙ୍କ ଘର ଓ ଅଫିସରେ ଚଢ଼ଉ ବେଳେ ଭିଜିଲାନ୍ସ ହାତରେ ଲାଗିଛି ୭ଟି ପ୍ଲଟ, ଭୁବନେଶ୍ବର ଓ ପୁରୀରେ କୋଠାଘର ଏବଂ ନଗଦ ଟଙ୍କା । ଏହାବ୍ୟତୀତ ବୀମା, ସୁନା ଓ ଅନ୍ୟ ସ୍ଥାବର ଅସ୍ଥାବର ସମ୍ପତ୍ତି । ତାଙ୍କ ନାମରେ ପୂର୍ବରୁ ବହୁବାର ଅଭିଯୋଗ ହୋଇଥିଲା । ଏଣୁ ଗତକାଲି ସକାଳୁସକାଳୁ ଭିଜିଲାନ୍ସ ବିଭାଗ ଚଢ଼ଉକରିଥିଲେ । ଏକ ସମୟରେ ତାଙ୍କର ସୁନ୍ଦରପଦା ଘର, କେନ୍ଦ୍ରାପଡ଼ା ପୈତୃକଘର ସହ ସରକାରୀ କାର୍ଯ୍ୟାଳୟ​‌ରେ ଚଢ଼ଉ କରାଯାଇଥିଲା । ଚଢାଉ ବେଳେ ଶ୍ରୀ ଜେନାଙ୍କର ୧ କୋଟି ୩୨ଲକ୍ଷ ୨୭ ହଜାର ୪୫୭ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଆକଳନ କରାଯାଇଛି।

Leave A Reply

Your email address will not be published.

5 × 5 =