ରାଜଧାନୀରୁ ବାଘଛାଲ ଜବତ ; ଜଣେ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଏସଟିଏଫ ଚଢାଉ କରି କଲରାପତରିଆ ବାଘ ଛାଲ ଜବତ କରିଥିବା ମଙ୍ଗଳବାର ଜଣାପଡ଼ିଛି। ଏହି ଘଟଣାରେ  ଜଣଙ୍କୁ  ଗିରଫ ମଧ୍ୟ କରାଯାଇଛି। ଉକ୍ତ ବାଘ ଛାଲକୁ ବିକ୍ରି ପାଇଁ ଚୁକ୍ତି କରୁଥିବା ବେଳେ ଏସଟିଏଫ ଟିମ ଏହାକୁ ଜବତ କରିଛି। ଗିରଫ ହୋଇଥିବା ଅଭିଯୁକ୍ତର ଘର ମୟୁରଭଞ୍ଜ କରଞ୍ଜିଆ ଅଞ୍ଚଳର । ଅଭିଯୁକ୍ତ ଜଣଙ୍କ ବାଇକ ଡ଼ିକି ଭିତରୁ କଲରାପତରିଆ ବାଘଛାଲ ଜବତ ହୋଇଛି ବୋଲି ସୂଚନା ମିଳିଛି। ଘଟଣାର ତଦନ୍ତ ଜାରି ରହିଛି।

Leave A Reply

Your email address will not be published.

2 × one =