ଭୁବନେଶ୍ବର: ରାଜ୍ୟର ମଙ୍ଗଳବାର ବିଜେପିର ଆଉ ୬ଟି ପାର୍ଟି ଅଫିସ ଉଦଘାଟନ ହୋଇଛି। ବରଗଡ, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର, ବାରିପଦା ଓ ଢ଼େଙ୍କାନାଳରେ ଆଦି ଜିଲାରେ ପାର୍ଟି ଅଫିସ ଖୋଲାଯାଇଛି। ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ବିଜେପିର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଭିଡିଓ କନଫରେନ୍ସିଂ ଜରିଆରେ ଏହି ପାର୍ଟି ଅଫିସଗୁଡିକର ଉଦଘାଟନ କରିଛନ୍ତି ।ଏହି ଅବସରରେ ଓଡ଼ିଶାରେ ବିଜେପିର ସଂଗଠନ ଯେପରି ତୃଣମୂଳ ସ୍ତରରେ ମଜଭୁତ ହେବ ଏବଂ ପ୍ରତିଟି ବିକାଶମୂଳକ କାର୍ଯ୍ୟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହଯୋଗ ରହିବ, ଏ ନେଇ ନଡ୍ଡା ପରାମର୍ଶ ଦେଇଥିଲେ।