ଭୁବନେଶ୍ୱର: ରାଜ୍ୟରେ କରୋନା ନେଲା ଆଉ ୧୫ ଜଣଙ୍କ ଜୀବନ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୁଚନା ଦିଆଯାଇଛି । ଏହା ସହିତ କରୋନା ଚନିତ ମୃତୁ୍ୟ ସଂଖ୍ୟା ୧୫୭୫ରେ ପହଂଚିଛି । ସୁ୍ନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୩ଜଣ କରୋନାରେ ମୃତୁ୍ୟ ବାରଣ କରିଥିବା ଜଣାପଡିଛି । ସେହିଭଳି ଗଜପତି, ସୁବର୍ଣ୍ଣପୁର ଓ ସମ୍ବଲପୁରରୁ ୨ଜଣ ଲେଖାଁଏ ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ଏହାବ୍ୟତିତ୍ୟ ବାଲେଶ୍ୱର , ଯାଜପୁର, କେନ୍ଦ୍ରାପଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ସେହିପରି କୋରାପୁଟ, ମୟୁରଭଞ୍ଜ ଓ ଖେଶର୍ଦ୍ଧାରୁ ମଧ୍ୟ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।