କୋରାପୁଟ/ବାଲେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ ଗତ କିଛିଦିନ ହେବ ଗଞ୍ଜେଇ ଓ ବ୍ରାଉନସୁଗାର ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ଦ୍ୱାରା ଏହା ଅନେକ ସ୍ଥାନରୁ ଜବତ ହେଉଛି।
କୋରାପୁଟ ଜିଲା ଅନ୍ତର୍ଗତ ମାଛକୁଣ୍ଡ ଓ ଲମତାପୁଟ ପୁଲିସ ମିଳିତ ପ।ଟ୍ରୋଲିଂ ବେଳେ ଗୁନେଇଁପଡା ଶିବ ମନ୍ଦିର ଛକରୁ ଟ୍ରକ ସହ ୩୨୨ କେଜି ଗଞ୍ଜେଇ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନେ ରାୟପୁର ଅଞ୍ଚଳର ବୋଲି ପୁଲିସ ଠାରୁ ସୂଚନା ମିଳିଛି। ଏହାସହ ଜବତ ଗଞ୍ଜେଇର ଆନ୍ତଃରାଜ୍ୟ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ।
ସେହିପରି ବାଲେଶ୍ୱର ଜିଲା ଅନ୍ତର୍ଗତ ହାଟ ଛକରୁ ୬୮ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଏହି ଘଟଣାରେ ଜଣେ ଗିରଫ ମଧ୍ୟ ହୋଇଛି। ବ୍ରାଉନସୁଗାର ସହ ନଗଦ ୩ ଲକ୍ଷ ୨୨ ହଜାର ଟଙ୍କା ଜବତ ହୋଇଛି। ଏହାସହ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୬ ଲକ୍ଷ ୮୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।