ବ୍ରାହ୍ମଣୀ ନଦୀରେ ଅସ୍ଥାୟୀ ପୋଲ ନିର୍ମାଣ କଲା ଗ୍ରୀନଷ୍ଟାର ଗ୍ରୁପ୍

ଯାଜପୁର: ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ଝାଲପଡା ଗ୍ରାମପଂଚାୟତର ଗ୍ରୀନଷ୍ଟାର ଗ୍ରୁପ୍ ପକ୍ଷରୁ ବ୍ରହ୍ମବରଦା- କାକୁଡିକୁଦକୁ ସଂଯୋଗ କରୁଥିବା ବ୍ରାହ୍ମଣୀ ନଦୀରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଅଛି । ବ୍ରାହ୍ମଣୀ ନଦୀରେ ବାଉଁଶ ଖୁଂଟ, ବଲ୍ଲା ଓ ବାଲିବସ୍ତା ମାଧ୍ୟମରେ ଅସ୍ଥାୟୀ ପୋଲ ନିର୍ମାଣ କରି ଲୋକଙ୍କ ପାଇଁ ଗମନାଗମନର ସୁବିଧା କରାଯାଇଅଛି । ଏହି ପୋଲଟି ବ୍ରହ୍ମବରଦାରୁ କାକୁଡିକୁଦକୁ ସଂଯୋଗ କରୁଥିବାରୁ ଏହା ଉପରେ ନିକଟସ୍ଥ ଜନସାଧାରଣ ସମେତ ବହୁତ ଲୋକ ନିର୍ଭର କରି ଯିବାଆସିବା କରିଥାନ୍ତି । ପୂର୍ବରୁ ଲୋକମାନେ ଏଠାରେ ସାଇକେଲ, ବାଇକ୍ ଧରି ପାଣିରେ ପଶି ନଦୀ ପାର ହୋଇ ଯିବାକୁ ପଡୁଥିଲା । ଗ୍ରୀନଷ୍ଟାର ଗ୍ରୁପ୍ ପକ୍ଷରୁ ଉକ୍ତ ନଦୀ ଉପରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିବାରୁ ପୂର୍ବରୁ ଯାତାୟତ ପାଇଁ ହେଉଥିବା ଅସୁବିଧା ଦୂର ହେବା ସହ ନକଟସ୍ଥ ଜାଗାକୁ ଯିବାପାଇଁ ଏହି ପୋଲ ହେବା ଦ୍ୱାରା ସହଜ ସାଧ୍ୟ ହୋଇଛି । ଅସ୍ଥାୟ ପୋଲ ନିର୍ମାଣରେ ଗ୍ରୀନଷ୍ଟାର ଗ୍ରୁପ୍ ସଭାପତି ରାଜେଶ କୁମାର ଜେନାଙ୍କ ନେତୃତ୍ୱରେ ବିକ୍ରମକେଶରୀ ଜେନା, ସିଦ୍ଧାର୍ଥ ସାହୁ, ଅଭିରାମ ଜେନା, ସୁମନ୍ ସମ୍ବିତ୍ ରାଉତ, କୁଶଧର ସାହୁ, ପବିତ୍ର ସାହୁ ଏବଂ ଗ୍ରୀନଷ୍ଟାରର ଅନ୍ୟାନ୍ୟ ସମସ୍ତ ସଭ୍ୟମାନେ ଏହି କାର୍ଯ୍ୟରେ ସାହାଯ୍ୟ ଓ ସହଯୋଗ କରିଥିଲେ ।

Leave A Reply

Your email address will not be published.

3 × one =