ଥଣ୍ଡା ପାଗରେ ତ୍ୱଚା ଓ କେଶ ଶୀଘ୍ର ପ୍ରଭାବିତ ହୋଇଥାଏ  । ତେବେ ଆରମ୍ଭ ସମୟରୁ ଯତ୍ନ ଠିକ୍ ଭାବେ ନ ନେଲେ ବିଭିନ୍ନ ସମସ୍ୟା ଉୁଜିବା ଭୟ ରହିଛି  । ଯୁବତୀ ଓ ମହିଳାମାନେ ଶୀତ ଦିନେ କେତୋଟି ନିୟମକୁ ମାନି ଚଳିଲେ ଏହି ଦିନରେ ନିଜ ତ୍ୱଚା ଭଲ ରହିପାରିବ  । ତେବେ ଆସନ୍ତୁ ନଜର ପକାଇବା ଏଭଳି କିଛି  ଟିପ୍ସ ଉପରେ 
 . ଏଇ ଋତୁରେ ଶୋଷ ଲାଗେନାହିଁ  । ଏହା ସତ୍ୱେ ନିଜ ପାଣି ପିଇବାର ଅଭ୍ୟାସକୁ ବନ୍ଦ  କରନ୍ତୁ ନାହିଁ  । ପ୍ରତି ଥର ଖାଇବା ପୂର୍ବରୁ ଓ ପରେ ପାଣି ପିଅନ୍ତୁ    । ତ୍ୱଚାର ଜଳୀୟ ଅଂଶ କମ୍ ହେଲେ ରୁକ୍ଷତା ବଢେ଼  । ଅତି କମ୍ରେ  ଦିନକୁ ୯-୧୦ ଗିଲାସ ପାଣି ପିଅନ୍ତୁ  ।
 . ଭୋଜନ ଉପରେ ଗୁରୁତ୍ୱ ଦେବାକୁ ଯେପରି ନ ଭୁଲିବେ  । ସବୁଜ ପନିପରିବା ମିଶାମିଶି ତରକାରି ସହ ସାଲାଡ ଦ୍ୱିପହର ଭୋଜନରେ ଖାଇଲେ ତ୍ୱଚା ଓ କେଶକୁ ଆବଶ୍ୟକ ପରିମାଣରେ ପୋଷଣ ମିଳିଥାଏ  । 
 . କେତେଜଣଙ୍କର ଧାରଣା ଯେ ଶୀତରେ ସୂର୍ଯ୍ୟକିରଣର ପ୍ରଭାବ ତ୍ୱଚା ଉପରେ ପଡେନାହିଁ  । ଏଣୁ ସନ୍ସ୍ତକ୍ରିନର ଆବଶ୍ୟକତା ଥାଏ ବୋଲି  । ହେଲେ ଏହା ଭାବିବା ଭୁଲ ହୋଇଥାଏ  । ସକାଳବେଳା, ଦିନବେଳା ଘରୁ ବାହାରିବା ମାତ୍ରେ ସନ୍ସ୍କ୍ରିନ୍ ଲଗାଇ ବାହାରନ୍ତୁୂ  । 
 . ବାରମ୍ବାର ତ୍ୱଚାକୁ ମଏଶ୍ଚରାଇଜ କରିବା ମଧ୍ୟ   ଆବଶ୍ୟକ ହୋଇଥାଏ  । ସେହିଭଳି ସ୍ନାନ କରିବା ପରେ ସନ୍ଧ୍ୟା ସମୟରେ ଓ ରାତିରେ ଶୋଇବା ପୂର୍ବରୁ ମଏଶ୍ଚରାଇଜର ଲଗାଇବା ଭଲ ହୋଇଥାଏ  ।
  ତେବେ ସ୍ନାନ  ସମୟରେ ଅଧିକ ଗରମ ପାଣିରେ ଗାଧୋଇବା ଉଚିତ ନୂହେଁ  ।  କିଛି ଗରମ ଓ ଥଣ୍ଡା ଉଭୟକୁ ମିଶାଇ ଗାଧୋଇବା ଅଭ୍ୟାସ କରନ୍ତୁ  । ଗରମ ପାଣିରେ ଗାଧୋଇବା ଦ୍ୱାରା ଅଧିକ ଶୁଷ୍କ ହେଉଥିବା ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତ ରହିଛି  ।
 
			