କରୋନା କାୟା : ରାଜସ୍ଥାନର ୧୪୪ ଧାରା, ହରିୟାଣାରେ ସ୍କୁଲ ପୁଣି ବନ୍ଦ

ନୂଆଦିଲ୍ଲୀ : ଦେଶରେ ପୁଣି ଥରେ କରୋନା କାୟା ବିସ୍ତାର କରିବା ଆରମ୍ଭ କରି ଦେଇଛି । କରୋନା ସଂକ୍ରମଣ ବୃଦ୍ଧି  ଯୋଗୁଁ କେତେକ ରାଜ୍ୟ କଟକଣା ଲଗାଇବାକୁ ବାଧ୍ୟ ହେଉଛନ୍ତି। ଶୁକ୍ରବାର ହରିୟାଣା ଏବଂ ରାଜସ୍ଥାନରେ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି । ମଧ୍ୟ ଏବଂ ଉତ୍ତର ଭାରତର ଅନେକ ରାଜ୍ୟରେ କରୋନା କରୋନା ସଂକ୍ରମଣ ବଢିବାରେ ଲାଗିଛି, ଯେଉଁଥିପାଇଁ କୌଣସି ଲକଡାଉନର ଆବଶ୍ୟକତା ପଡିନାହିଁ କିନ୍ତୁ କେତେକ ସ୍ଥାନରେ ପୁଣି କଟକଣା ଲାଗୁ କରାଯାଇଛି। ହରିୟାଣାରେ ନଭେମ୍ବର ୩୦ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରି ଦିଆଯାଇଛି । ମଧ୍ୟପ୍ରଦେଶରେ ଆଜିଠାରୁ ରାତ୍ରି କର୍ଫ୍ୟୁ ଲାଗୁ କରାଯିବ। ରାଜସ୍ଥାନରେ ସରକାର ୧୪୪ ଧାରା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉତ୍ତରପ୍ରଦେଶରେ ତାଲିମପ୍ରାପ୍ତ ଅଧିକାରୀମାନେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି।

ଦିଲ୍ଲୀରେ ୨୪ଘଣ୍ଟା ମଧ୍ୟରେ ୧୧୮ଜଣଙ୍କର ମୃତ୍ୟୁ

ଦେଶର ରାଜଧାନୀ ଦିଲ୍ଲୀରେ ପ୍ରତିଦିନ କରୋନା ସଂକ୍ରମଣ ନେଇ ନୂଆ ତଥ୍ୟ ଆସୁଛି। ଦିଲ୍ଲୀରେ ବର୍ତ୍ତମାନ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୧୫୯ରେ ପହଞ୍ଚିଛି। ଶୁକ୍ରବାର ବିଳମ୍ବିତ ରାତି ସୁଦ୍ଧା ଦିଲ୍ଲୀରେ ୨୪ ଘଣ୍ଟା ମଧ୍ୟରେ ୧୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୬୦୮ଟି ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫.୧୭ ଲକ୍ଷରୁ ଅଧିକରେ ପହଞ୍ଚିଛି।

Leave A Reply

Your email address will not be published.

one × four =