ଭୂଦାନ ନେତା କୃଷ୍ଣ ସିଂହ ପାଇବେ ‘ନବକୃଷ୍ଣ ଚୌଧୁରୀ ଜନସେବା ସମ୍ମାନ’

ଭୁବନେଶ୍ୱର :ଓଡ଼ିଶାର ବର୍ଷୀୟାନ୍ ଭୂଦାନ ନେତା, ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ, ବରିଷ୍ଠ କବି ଓ ଲେଖକ ଶ୍ରୀଯୁକ୍ତ କୃଷ୍ଣ ସିଂହଙ୍କୁ ଚଳିତ ବର୍ଷ ପାଇଁ ‘ନବକୃଷ୍ଣ ଚୌଧୁରୀ ଜନସେବା ସମ୍ମାନ’ ପ୍ରଦାନ କରିବାକୁ ମନୋନୀତ କରାଯାଇଛି । ଆସନ୍ତା ସୋମବାର ଅନଗୁଳସ୍ଥ ବାଜି ରାଉତ ଛାତ୍ରାବାସ ଠାରେ ଉତ୍କଳ ନବଜୀବନ ମଣ୍ଡଳ, ଅନଗୁଳ ଜିଲ୍ଲା ସାହିତ୍ୟ ସଂସଦ ଓ ବାଜିରାଉତ ଛାତ୍ରାବାସର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ମହାନ୍ ଜନନାୟକ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ୧୧୯ ତମ ଜୟନ୍ତୀ ଉତ୍ସବ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ ।ଏହି ଅବସରରେ କୃଷ୍ଣ ସିଂହଙ୍କ ଆତ୍ମଜୀବନୀ ‘ମୋ ଜୀବନ ମୋ ଉପାସନା’ ମଧ୍ୟ ଉନ୍ମୋଚନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଉତ୍ସବରେ ଓଡ଼ିଶାର ବହୁ ବିଶିଷ୍ଟ ଭୂଦାନ ନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମହାତ୍ମା ଗାନ୍ଧୀ ଓ ବିନୋବା ଭାବେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବାଲ୍ୟଜୀବନରୁ ଦଳିତ, ନିସ୍ପେସିତ ଆଦିବାସୀ ଓ ହରିଜନମାନଙ୍କ ଅଧିକାର ନେଇ ସଂଗ୍ରାମ କରିବା ସହ କିଶୋର ଅବସ୍ଥାରେ ଦକ୍ଷିଣ ଓଡ଼ିଶା ବିଶେଷ କରି କୋରାପୁଟରେ ଭୂଦାନ ଓ ସର୍ବୋଦୟ ଆନ୍ଦୋଳନରେ ୧୯୬୦ ମସିହାରୁ ନିଜକୁ ଉତ୍ସର୍ଗ କରି ‘କୋରାପୁଟ ଗାନ୍ଧୀନ୍ତଭାବେ ସେ ସୁପରିଚିତ । ସେମିଳିଗୁଡ଼ାରେ ଶିକ୍ଷାର ପ୍ରସାର ପାଇଁ ସେମିଳିଗୁଡ଼ା ମହାବିଦ୍ୟାଳୟଠାରୁ ବୈଷୟିକ ମହାବିଦ୍ୟାଳୟ ପର୍ଯ୍ୟନ୍ତ ବହୁ ଶିକ୍ଷାନୁଷ୍ଠାନ ଗଢ଼ି ଆଦିବାସୀ ଅଧିଶ୍ୱତ କୋରାପୁଟରେ ଶିକ୍ଷାର ଆଲୋକବର୍ତ୍ତିକା ଭାବେ ସେ ଉଭାହୋଇଛନ୍ତି । ଜଣେ ଦରଦୀ ଓ ମାନବବାଦୀ କବି ଭାବେ ସେ ‘ଉର୍ମିଳାନ୍ତ ଓ ନ୍ତମହାଦୀକ୍ଷା’ ଭଳି କାବ୍ୟ ରଚନା କରି ତାଙ୍କ ବିଦଗ୍ଧ ହୃଦୟର ପରିଚୟ ପ୍ରଦାନ କରିଛନ୍ତି । ତାଙ୍କର ‘ଶ୍ରମଣିକାନ୍ତ, ‘ଗୋତି ପାଇଁ ନାନ୍ଦୀଗୀତି’, ‘ଦେଓମାଳୀ ଡାକେ’ ଇତ୍ୟାଦି କବିତା ସଂକଳନ ସହ ଗୌରବ ଗ୍ରନ୍ଥ ‘କୃଷ୍ଣାୟନ’ ପ୍ରକାଶିତ ହୋଇଛି । ଏଥିସହ ପଚାଶରୁ ଉର୍ଧ ପ୍ରବନ୍ଧ ପ୍ରକାଶ ଅପେକ୍ଷାରେ । କୃଷ୍ଣ ସିଂହଙ୍କ ଏହି ସମ୍ମାନ ପାଇବା ଖବର ପରେ ସମସ୍ତ ଭୂଦାନ ସର୍ବୋଦୟ କର୍ମ୍ମୀ ଓ ସାହିତି୍ୟକ ମହଲରେ ଆନନ୍ଦ ପ୍ରକାଶ ପାଇଛି ।

Leave A Reply

Your email address will not be published.

5 × four =