ଅଁଳା ନବମୀରେ ସାକ୍ଷୀଗୋପାଳରେ ୧୪୪ ଧାରା

ପୁରୀ: ପବିତ୍ର ଅଁଳା ନବମୀରେ ଶ୍ରଦ୍ଧାଳୁଙ୍କ ଭିଡକୁ ନିଷିଦ୍ଧ କରିବା ଲାଗି ସାକ୍ଷୀଗୋପାଳ ମନ୍ଦିର ପରିସରରେ ଆଜି ମଧ୍ୟରାତ୍ରରୁ ୧୪୪ଧାରା ଜାରୀ କରାଯାଇଛି । ଚନ୍ଦନପୋଖରୀ ଠାରୁ ସିଦ୍ଧବକୁଳ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହୋଇଛି । ମନ୍ଦିର ଚାରିପାଖ ୨୦୦ ମିଟର ଯାଏଁ ମଧ୍ୟ ଏହା ଲାଗୁ କରାଯିବ । ଅଁଳା ନବମୀ ଅବରରେ ଜନ ସମାଗମ ନହେବା ପାଇଁ ତଥା ସଂକ୍ରମଣ ନ ବ୍ୟାପିବା ପାଇଁ ସୁରକ୍ଷା ଦୃଷ୍ଟିରୁ କୋଭିଡ୍ ନିୟମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି । ଏହାସହ ୨୫ ତାରିଖ ବଡ ଏକାଦଶୀ ପର୍ଯ୍ୟନ୍ତ କଟକଣା ବଳବତର ରହିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

two × 5 =