ଭାରତକୁ ଆଉ ଏକ ସଫଳତା : ସୁପରସୋନିକ୍ କ୍ରୁଜ ମିସାଇଲ୍ ବ୍ରହ୍ମୋସର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ପଡୋଶୀ ଚୀନ ଓ ପାକିସ୍ତାନ ସହ ଭାରତର ତିକ୍ତତା ଲାଗି ରହିଥିବା ସମୟରେ ଭାରତୀୟ ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା ମିଳିଛି। ଭାରତ ନିଜର ସୁପରସୋନିକ କ୍ରୁଜ ମିସାଇଲ୍‌ ବ୍ରହ୍ମୋସର ଆଉ ଏକ ସଫଳ ପରୀକ୍ଷଣ କରିଛି । ସକାଳ ୧୦ଟାରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରୁ ଉତକ୍ଷେପଣ କରାଯାଇଥିଲା । ଅନ୍ୟ ଏକ ଦ୍ୱୀପରେ ସଫଳତାର ସହ ଟାର୍ଗେଟ ଭେଦିଥିଲା ବ୍ରହ୍ମୋସ ମିସାଇଲ୍‌ । ଲ୍ୟାଣ୍ଡ ଆଟାକ୍ ଭର୍ସନର ସୁପରସୋନିକ କ୍ରୁଜ ମିସାଇଲ୍‌ ବ୍ରହ୍ମୋସକୁ ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଘଠନ (ଡିଆରଡିଓ) ପକ୍ଷରୁ ଏହାକୁ ବିକାଶ କରାଯାଇଛି । ଆଜି ପରୀକ୍ଷଣ କରାଯାଇଥିବା  ବ୍ରହ୍ମୋସ ଏହି ମିଜାଇଲର ଅପଗ୍ରେଡେଡ୍ ଭର୍ଜନ ବୋଲି ଜଣାପଡିଛି । ପରୀକ୍ଷଣ ହୋଇଥିବା ମିସାଇଲ୍‌ ଏକ କ୍ରୁଜ ମିସାଇଲର ଲ୍ୟାଣ୍ଡ ଆଟାକ ଭର୍ସନ । ଯାହାର ମାରକ କ୍ଷମତା ବଢାଯାଇ ୪୦୦ କିଲୋମିଟରରୁ ଅଧିକ ରଖାଯାଇଛି । ଏହାର ଲକ୍ଷ୍ୟଭେଦ କ୍ଷମତାକୁ ୨୯୮ କିଲୋମିଟରରୁ ୪୦୦ କିଲୋମିଟରକୁ ବୃଦ୍ଧି କରାଯାଇଛି । ଗତ ମାସ ସୁଦ୍ଧା, ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ମାତ୍ର ୩୫ ଦିନ ମଧ୍ୟରେ ଅତି କମରେ ୧୦ ଟି କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା ।ବ୍ରହ୍ମୋସ ହେଉଛି ଏକ ମଧ୍ୟମ ରେଞ୍ଜ ସୁପରସୋନିକ କ୍ଷେପଣାସ୍ତ୍ର ଯାହାକୁ ବୁଡ଼ାଜାହାଜ, ଜାହାଜ, ଯୁଦ୍ଧବିମାନ ଓ ଭୂପୃଷ୍ଠରୁ ମାଡ କରାଯାଇ ପାରିବ । ଏହା ବିଶ୍ବର ଦ୍ରୁତତମ କ୍ରୁଜ୍‌ କ୍ଷେପଣାସ୍ତ୍ର ହେବା ସହ ଏହା ଦ୍ରୁତତମ ଆଣ୍ଟି-ଶିପ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ମଧ୍ୟ । ବ୍ରହ୍ମୋସ-୨, କ୍ଷେପଣାସ୍ତ୍ରର ହାଇପରସୋନିକ ସଂସ୍କରଣ ମଧ୍ୟ ବର୍ତ୍ତମାନ ବିକଶିତ କରାଯାଉଛି ।

Leave A Reply

Your email address will not be published.

5 − one =