କରୋନାର ଦ୍ୱିତୀୟ ପର୍ଯ୍ୟାୟ

ଆମ ଦେଶ ଭାରତ ବର୍ଷରେ କରୋନା ମହାମାରୀ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ପହଂଚିଛି । ଦିଲ୍ଲୀରେ ପ୍ରତି ଘଂଟାରେ ୫ ଜଣ ପ୍ରାଣହରାଉଥିଲା ବେଳେ ହରିୟାନା, ରାଜସ୍ଥାନ, ଗୁଜୁରାଟ, ଛତିଶଗଡ଼, ପଶ୍ଚିମବଙ୍ଗ, କେରଳ ସମେତ ମହାରାଷ୍ଟ୍ରରେ ସ୍ଥିତି କ୍ରର୍ମଶ ସଙ୍ଗୀନଭାବରେ ଲାଗି ଏପରିକି ଗତ ୨୪ ଘଂଟା ପୂର୍ବରୁ ସାରା ଦେଶରେ ୪୪ ହଜାର ୫୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । ଆବଶ୍ୟ ଗତ ରବିବାର ୪୫ ହଜାର ୨୦୯ ପଜେଟିଭ ଚିହ୍ନଟ ହୋଇଥିବା ତେବେ ସୋମବାର ଚିହ୍ନଟ କରାଯାଇଥିବା ପଜେଟିଭ ସଂଖ୍ୟାକୁ ମିଶାଇଲେ ଏଯାବତ୍ ସାରା ଦେଶରେ କରୋନା ସଂକ୍ରମଣ ସଂଖ୍ୟା ମୋଟ୍ ୯୧ ଲକ୍ଷ ୩୯ ହଜାର ୮୬୫କୁ ବଢ଼ିଥିବା ପ୍ରକାଶ ଓ ତନ୍ମଧ୍ୟରୁ ୮୫ ଲକ୍ଷ ୭୨ ହଜାର ୬୪୧ ସୁସ୍ଥ ହୋଇଛନ୍ତି । ତେବେ ସୋମବାର ୫୧୧ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ କରୋନା ସଂକ୍ରମଣ ପୁନର୍ବାର ବୃଦ୍ଧି ନେଇ ସୁପ୍ରିମୋକୋର୍ଟ ନିଜଆଡୁ ଉଦବେଗ ପ୍ରକାଶ କରିଛନ୍ତି । ଏପରିକି ନଭେମ୍ବର ୨୭ରେ ପରବର୍ତୀ ଶୁଣାଣି ଲାଗି ତାରିଖ ଧାର୍ଯ୍ୟ କରିଛନ୍ତି । ତ୍ତ ସହିତ, ପରିସ୍ଥିତି ବୁଧବାରଠାରୁ ଦିଲ୍ଲୀରେ ଦ୍ୱିତୀୟ ଥର ଗମ୍ଭୀର ହୋଇଥିବାରୁ ଉଭୟ ରାଜ୍ୟ ସରକାରଙ୍କୁ ସର୍ବୋଚ୍ଚ କୋର୍ଟ ଭର୍ସନା କରିଛନ୍ତି । ଏପରିକି କରୋନାର ଦ୍ୱିତୀୟ ଲହର ଦେଶରେ ଆରମ୍ଭ ହୋଇଥିବାରୁ ସବୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର କି କି ପଦକ୍ଷେପ ନେଲେଣି, ସେ ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି । ଏପରିକି ଏହି ମାହାମାରୀ ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାରଙ୍କ ଠାରୁ କେଉଁ ରାଜ୍ୟ ସରକାର କି ପ୍ରକାରର ସହାୟତା ଚାହୁଁଛନ୍ତି, ତାହା ମଧ୍ୟ ଉଲ୍ଳେଖ କରିବାକୁ କୁହାଯାଇଛି । ଏପରିକି ନଭେମ୍ବରରେ ସଂକ୍ରମଣ ବଢ଼ିଥିବାରୁ ଡିସେମ୍ବର ବେଳେକୁ ପରିସ୍ଥିତି ଜଟିଳ ହେବା ଆଶଙ୍କ ପ୍ରକାଶ କାରାଯାଇଛି । ବିଶେଷତଃ ଦିଲ୍ଳୀ, ଗୁଜୁରାଟ, ଆସାମ ଓ ମହାରାଷ୍ଟ୍ରରେ ସଂକ୍ରମଣ ବଢ଼ୁଥିବାରୁ ମତ୍ର ଦୁଇ ଦିନ ମଧ୍ୟରେ ଏହି ୪ଟି ରାଜ୍ୟ ଷ୍ଟାଟସ ରିପୋର୍ଟ ଦେବାଲାଗି କୋର୍ଟ କହିଛନ୍ତି । ସଂକ୍ରମଣ ବଢ଼ିବା ସମୟରେ ରାଜନୈତିକ କାର୍ଯ୍ୟକ୍ରମ ଓ ବିବାହ ଉତ୍ସବ ଲାଗି ସ୍ଥିତି ବିଗୁଡିଥିବା ପ୍ରକାଶ କରି କୋର୍ଟ ସବୁ ରାଜ୍ୟ ଭୁଲ୍ ଠିକ୍ ସମୀକ୍ଷା କରିବାର ସମୟ ଉପନୀତ ବୋଲି ପ୍ରକାଶ କରିଛନ୍ତି । ଏ ସବୁ ସତେ ହରିଦ୍ୱାରରେ କୁମ୍ଭମେଳା ହେବ ବୋଲି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ପ୍ରକାଶ କରିବା ଏକ ଅଜବ ପରିସ୍ଥିିତି ସୃଷ୍ଟି କରିଛି । ଏଭଳି ପରିସ୍ଥିତିକୁ କିପରି ନିୟନ୍ତ୍ରଣାଧିନ କରାଯିବ ସେଥିନେଇ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ୭ଟି ରାଜ୍ୟ ହରିୟାନା, ଦିଲ୍ଲୀ, ରାଜସ୍ଥାନ, ଗୁଜୁରାଟ, କେରଳ, ଛତିଶଗଡ଼ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭର୍ଚୁଆଲି ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ସମଗ୍ର ଉତର ଭାରତରେ ଶୀତର ଲହରି ବଢ଼ିଚାଲିଛି । କାଶ୍ମୀରରେ ସୋମବାର ପ୍ରଥମ ତୁଷାରପାତ ହୋଇଥିଲା ବେଳେ ଦିଲ୍ଳୀରେ ତାପମାତ୍ରା ୬.୩ ଡିଗ୍ରୀକୁ ଖସିଆସିଛି । ତେଣୁ କରୋନାର ଦ୍ୱିତୀୟ ଲହର ଆଗାମୀ ମାସରେ ବଢ଼ିବା ଅସମ୍ଭବ ନୁହେଁ । ସେପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୋକ୍ଷରେ ଦେଇଥିବା ଏକ ବିବୃତି ତାପ୍ତର୍ଯ୍ୟପୂର୍ଣ । ସେ କହିଛନ୍ତି ସମସ୍ୟାକୁ ଅଣଦେଖା ନକରି କେବଳ ସମାଧାନର ବାଟ ବାହାର କଲେ ହିଁ ସମସ୍ୟାର ସମାଧାନ ହୋଇପାରେ ଓ ଏହା ସମୟୋଚିତ ମନ୍ତବ୍ୟ ବୋଲି କୁହାଯାଇପାରେ ।
ତେବେ ଏଠାରେ ଆମର କହିବାର କଥା ହେଲା ଯେ, କେବେଳ ଭାରତ ନୁହେଁ, ବିଶ୍ୱର ଅନ୍ୟ କେତେକ ରାଷ୍ଟ୍ରରେ ମଧ୍ୟ କୋଭିଡ-୧୯ ମହାମାରୀ ପୁଣି ଲେଉଟିଛି । ଦ୍ୱିତୀୟ ଲହର ଆମେରିକା ଓ ଫ୍ରାନ୍ସ ଆଦି ଦେଶରେ ଦେଖାଦେଇଥିଲା ବେଳେ ସେହି ସବୁ ରାଷ୍ଟ୍ର ଏବେ ସାମାଜିକ ଦୁରତ୍ୱ ରକ୍ଷା ସହ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ତେଣୁ ଭାରତରେ ଦ୍ୱିତୀୟ ଲହର ଆସିଲେ ଏହାକୁ ସମୁଖୀନ ହେବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ତତ୍ପରତା ପ୍ରକାଶ ପାଇବା ଆବଶ୍ୟକ । ରାତ୍ରୀକାଳିନ କର୍ଫ୍ୟୁ ସମେତ କୋଭିଡ ହସ୍ପିଟାଲ ସଂଖ୍ୟା ବୃଦ୍ଧି କରାଯିବା ଏବଂ ଦେଶର ସବୁ ଜିଲ୍ଲାରେ ଜନସଂଖ୍ୟା ତୁଳନାରେ ଅଧିକରୁ ଅଧିକ ଡାକ୍ତର ଯୋଗାଇ ଦିଆଯିବା ଜରୁରି । ସେହିପରି ଆମ୍ବୁଲାନ୍ସ ସଂଖ୍ୟା ବୃଦ୍ଧି କରାଯିବା ସମେତ କୋଭିଡ ହସ୍ପିଟାଲରେ ବେଡ୍ ସଂଖ୍ୟା ବଢ଼ାଯିବା ନିତ୍ୟାନ୍ତ ଆବଶ୍ୟକ । ସେପରି ହେଲେ କରୋନା ଭାରତକୁ ବଳେଇ ଯିବା ଅସମ୍ଭବ ।

Leave A Reply

Your email address will not be published.

four × 5 =