ଗୋଲ୍ଡେନ୍ ବଏ’ ଆଉନାହାନ୍ତି

ଫୁଟବଲ ଖେଳରେ ସାରା ବିଶ୍ୱର କିମ୍ବଦନ୍ତି ପୁରୁଷ ରୂପେ ସୁପରିଚିତ ଡିଏଗୋ ଅର୍ମାଣ୍ଡୋ ମାରାଡୋନାଙ୍କ ୬୦ ବର୍ଷ ବୟସରେ ୨୦୨୦ ନଭେମ୍ବର ୨୫ ବୁଧବାର ଦିନ ପରଲୋକ ଘଟିବା ସମଗ୍ର ବିଶ୍ୱବାସିଙ୍କ ପାଇଁ ଏକ ଦୁଃଖଦ୍ ଘଟଣା । ଅବିଶ୍ୱସନୀୟ କ୍ରୀଡ଼ କୌସଳ ପ୍ରଦର୍ଶନରେ ଶତପ୍ରତିଶତ ପାଖାପାଖି ସଫଳତା ହାସଲ କରିଥିବା ମାରାଡୋନା ବଲ୍କୁ ପଡିଆ ଭିତରେ ଦୁଇ ପାଦ ଓ ଦୁଇ ଆଣ୍ଠୁ ସହାୟତାରେ ନିଜେ ଆଗକୁ ନେଇ ମାଡିଯିବା କ୍ଷେତ୍ରରେ ଥିଲେ ସିଦ୍ଧହସ୍ତ । ବୃଦ୍ଧାବସ୍ଥାର ପ୍ରଥମ ପାହାଚରେ ପହଂଚିବା ପରେ ଦୁଇ ସପ୍ତାହ ପରେ ହଠାତ୍ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବାରୁ ତାଙ୍କର ଅସ୍ତ୍ରୋପ୍ରଚାର କରାଯାଇଥିଲା । ସେ ଭଲ ହୋଇଆସୁଥିଲା ବେଳେ ହଠାତ୍ ସବୁ ବିଗିଡିଯିବା ସହ ବୁଧବାର ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ । ୧୯୬୦ ଅକ୍ଟୋବର ୩୦ରେ ବୁଏନ୍ସ ଆୟାର୍ସ ସହରର ଲାନୁସ୍ରେ ଜନ୍ମଗ୍ରହଣ କରିଥିଲା ବେଳେ ପଡିଆ ଉପରେ ସେ ଥିଲେ ପ୍ରତିପକ୍ଷର ଆତଙ୍କ । ୫ଫୁଟ ୫ଇଂଚ ଉଚତା ବିଶିଷ୍ଟ ଏହି ଫୁଟୁବଲ୍ ଇତିହାସର ପ୍ରବାଦ ପୁରୁଷ ମାରାଡୋନା ଫୁଟବଲ୍ ପଡିଆରେ ନିଜ ଟିମ୍ରେ ‘ଆଟାକିଙ୍ଗ ମିଡ ଫିଲ୍ଡର’ ରହୁଥିବା ବେଳେ ସେ ଦେଶମାତୃକାଳ ଫୁଟବଲ୍ ଟିମ୍ରେ ସାମିଳ ହେବା ପରେ ୯୧ଟି ମ୍ୟାଚ୍ ଖେଳିବା ସହିତ ୩୪ଟି ଗୋଲ୍ ସ୍କୋର କରିଛନ୍ତି । ସେହିପରି ସିନିୟର ଫୁଟବଲ୍ ଖେଳାଳୀ ରୂପେ ମାରାଡୋନା ୪୯୧ଟି ମ୍ୟାଚ୍ ଖେଳିଥିଲା ବେଳେ ୨୫୯ଟି ଗୋଲ୍ ସ୍କୋର କରି ଇତିହାସ ରଚିଛନ୍ତି । ୧୯୯୧ ଡୋନିଂ ସ୍କଣ୍ଡଡ ଏବଂ କୋକେନ୍ ସେବନ କରିବା ଓ ୨୦୦୭ କୁହାଯାଏ । ଅତାଧିକ ମଦ ଓ ଖାଦ୍ୟ ଯୋଗୁ ଅସୁସ୍ଥ ହେବାର ନଜୀର ରହିଛି । ତାଙ୍କ ଫୁଟବଲ୍ ଖେଳିବାର ଚମତ୍କାରିତା ହେଲା, ସେ ବାମ ଗୋଡରେ ସଟ୍ ମାରିପାରୁଥିଲେ । ଗରିବ ପରିବାର, ସିମୀତ ଅର୍ଥ, ୮ ଜଣ ଭାଇ ଭୋଉଣିଙ୍କ ମଧ୍ୟରେ ୫ମ ସନ୍ତାନ ଥିବା ମାରାଡୋନା ନିଜର କ୍ରୀଡା ପ୍ରତିଭାକୁ ଏପରି ସୂବିନିଯୋଗ କରିଥିଲେ ଯେ, ସାରାବିଶ୍ୱ ତାଙ୍କୁ ଚିହ୍ନିରଖିଛି । ୧୯୮୬ ବିଶ୍ୱକପ୍ ସେ ଅଧିନାୟକ ଥାଇ ଆର୍ଜେଂଟିନା ଓ ଜର୍ମାନୀ ମଧ୍ୟରେ ଚାଲିଥିବା ଫାଇନାଲ ମ୍ୟାଚରେ ୩/୨ରେ ଏହି ଟିମ୍ ଜର୍ମାନୀକୁ ହରାଇ ଟାଇଟଲ୍ ହାସଲ କରିଥିଲା । ସେହିପରି ସେ ଜାତୀୟ ସ୍ଥରରେ ଫୁଟବଲ୍ ଖେଳାଳୀ ରୂପେ ମାନ୍ୟତା ପାଇଥିଲେ ହେଁ ଏହା ୧୯୭୮ ବିଶ୍ୱକପରେ ଖେଳିବା ପାଇଁ ବୟସ ଦୃଷ୍ଟିକୋଣରୁ ମାତ୍ର ୧୭ ବର୍ଷ ହୋଇଥିବାରୁ ଏଥିରୁ ବଂଚିିତ କରିଥିଲା । ମୋଟା ମୋଟି ଭାବେ ୧୯୭୭ରୁ ୧୯୯୪ ଫୁଟବଲ୍ ଖେଳାଳୀ ରୂପେ ବିଶ୍ୱସ୍ତରୀୟ ପ୍ରସିଦ୍ଧି ହାସଲ କରିବାକୁ ସକ୍ଷମ ହୋଇଥିଲେ । ବିଭିନ୍ନ ଦୃଷ୍ଟିକୋଣରୁ ଫିଫା ବିଶଂ ଶତାବ୍ଦୀର ଦୁଇ ଶ୍ରେଷ୍ଟ ଖେଳାଳୀ ପେଲେ ଓ ମାରାଡୋନାକୁ ସ୍ୱୀକୃତି ପ୍ରଦାନ କରିଥିଲା । ୧୯୮୬ ବିଶ୍ୱକପ କ୍ୱାଟରଫାଇନାନଲ ମ୍ୟାଚ ଇଂଲଣ୍ଡ ସହିତ ଚାଲିଥିଲା ବେଳେ ୨/୧ରେ ସେ ଦଳକୁ ଜିତାଇଥିଲେ ଏବଂ ଏହି ଗୋଲ୍ ଦୁଇଟି ଏତେ ଚମତ୍କାର ଓ ଆକର୍ଷଣୀୟ ଚମତ୍କାର ଥିଲା ଯେ, ଏହାକୁ ଫିଫା ପକ୍ଷରୁ ଯଥାକ୍ରମେ ‘ହ୍ୟାଣ୍ଡ ଅଫ ଗଡ୍’ ଓ ‘ଗୋଲ୍ ଅଫ ଦି ସେଂଚୁରି’ମାନ୍ୟତା ପ୍ରଧାନ କରାଯାଇଥିଲା । ସେ ଆର୍ଜେଂଟେନା ପାଇଁ ୧୯୮୨, ୧୯୯୪ ମଧ୍ୟରେ ୪ଟି ବିଶ୍ୱକପରେ ଚଳିବା ସହିତ ୧୭ ବର୍ଷ ଧରି ଆର୍ଜେଂଟିନା ଜାତୀୟ ସିନିୟର ଦଳ ପ୍ରମୁଖ ଖେଳାଳୀ ରୂପେ ଫୁଟ୍ବଲ୍ପ୍ରେମୀଙ୍କ ହୁଦୟରେ ନିଜପାଇଁ ଜାଗା ସୃଷ୍ଟି କରିଯାଇଛନ୍ତି । କୁହାଯାଏ ବାର୍ସିଲୋନା ପାଇଁ ଖେଳିବାକୁ ସେ ୮ ନିୟୁତ ଆମେରିକୀୟ ଡଲାର ବଦଳରେ ଚୁକ୍ତିବୋଧ ହୋଇଥିଲା । ନିଜମାଟିରେ ସେ ‘ଗୋଲଡେନ୍ ବଏ’ ରୂପେ ବେଶ୍ ସୁପରିଚିତ । ଏପରି ଜଣେ ଫୁଟବଲ୍ ଖେଳାଳୀ ଜନ୍ମ ହେବାକୁ ଆହୁରି କେତେ ଦଶନ୍ଧି ଲାଗିବ, ତାହା କିଏ କହିବ? କିନ୍ତୁ ଏହା ସତ ଯେ, ତାଙ୍କର ଖେଳ ଥିଲା ଅପ୍ରତ୍ୟାଶିତ, ଦୃତ ଓ ପୂର୍ବ ନିଦ୍ଧାରିତ ଏବଂ ବିଜୟ ଖଚିତ ।

Leave A Reply

Your email address will not be published.

17 − five =