ଦେଶରେ ୨୪ ଘଣ୍ଟାରେ ୪୩,୦୮୨ଆକ୍ରାନ୍ତ ଚିହ୍ନଟ ; ୪୯୨ ମୃତ

ନୂଆଦିଲ୍ଲୀ : ଦେଶରେ ଗତକାଲି ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ହୋଇଥିବା ଦେଖାଯାଉଛି। ୨୪ ଘଣ୍ଟାରେ ୪୩,୦୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୯୨ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାସହ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୩୫ ହଜାର ୭୧୫ରେ ପହଞ୍ଚିଛି। ମୋଟ କରୋନା ପଜିଟିଭ ସଂଖ୍ୟା ୯୩,୦୯,୭୮୮କୁ ବୃଦ୍ଧି ପାଇଛି। ୪,୫୫,୫୫୫ ସକ୍ରିୟ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୮୭,୧୮,୫୧୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Leave A Reply

Your email address will not be published.

eight − 6 =