ପରୀ ହତ୍ୟା ମାମଲାର ହେବ SIT ତଦନ୍ତ

ଭୁବନେଶ୍ୱର : ନୟାଗଡ ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ  ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରି କହିଥିଲେ, “ଏହି ଘଟଣା ପାଇଁ ମୁଁ ଅତ୍ୟନ୍ତ ମର୍ମାହତ ।  ମୋ ସରକାର ସର୍ବଦା ମୁକ୍ତ ଓ ନିରପେକ୍ଷ ତଦନ୍ତ ପାଇଁ ପ୍ରତିଶ୍ରୁତିବଦ୍ଧ। ” ଏହାସହିତ ବିଧାନସଭା କାର୍ଯ୍ୟରେ ଅଂଶଗ୍ରହଣ ପାଇଁ ସେ ସମସ୍ତ ସଦସ୍ୟଙ୍କୁ ନିବେଦନ କରିଥିଲେ। ତେବେ ଏସଆଇଟି ତଦନ୍ତ ସହିତ ଶ୍ରୀ ସାହୁଙ୍କ ଇସ୍ତଫା ଦାବି କରୁଥିବା ବିରୋଧୀଙ୍କୁ ଏହା ସନ୍ତୁଷ୍ଟ କରିପାରି ନାହିଁ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଏସଆଇଟି ତଦନ୍ତ ନିର୍ଦ୍ଦେଶ ସମ୍ପର୍କିତ ଘୋଷଣା ସମୟରେ ବିରୋଧୀ ଦଳ ବିଧାୟକମାନେ ହୋହଲ୍ଲା ଜାରି ରଖିଥିଲେ ।

Leave A Reply

Your email address will not be published.

11 + twelve =