ମୋର କିଛି ହେଲେ ଅରୁଣ ଦାୟୀ: ସୌମ୍ୟ

ନୟାଗଡ଼ : ପରୀ ହତ୍ୟା ମାମଲାକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ଜୋର ଧରିଥିବା ବେଳେ ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଂଜନ ପ୍ରଧାନ । ସେ କହିଛନ୍ତି, ପରୀ ହତ୍ୟା ଘଟଣାରେ ଚୂଳରୁ ମୂଳ ଯାଏ ସଂପୃକ୍ତ ଅଛନ୍ତି। ଏହାକୁ ନେଇ ମୁଁ ମୁହଁ ଖୋଲିବାରୁ ବିଭିନ୍ନ ପ୍ରକାର ଧମକ ମିଳୁଛି। ଏହାକୁ ନେଇ ଯଦି ମୋର କିମ୍ବା ମୋ ପରିବାରର କିଛି ହୁଏ ସେଥିପାଇଁ ମନ୍ତ୍ରୀ ଅରୁଣ ସାହୁ ସଂପୂର୍ଣ୍ଣ ଦାୟୀ ରହିବେ। ସୂଚନାଯୋଗ୍ୟ, ପରୀର ବାପାମା’ଙ୍କ ଆତ୍ମାହୁତି ଉଦ୍ୟମ ପରେ ଏକ ଅଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ମନ୍ତ୍ରୀ ଅରୁଣ ସାହୁ ସରପଞ୍ଚ ସୌମ୍ୟରଂଜନ ପ୍ରଧାନଙ୍କ ସହ କଥା ହେଉଥିଲେ। ସୌମ୍ୟଙ୍କ ପ୍ରରୋଚନାରେ ପରୀର ବାପାମା’ ତାଙ୍କୁ ଏହି ଘଟଣାରେ ପୂରାଉ ଥିବା ମନ୍ତ୍ରୀ ଅରୁଣ ସାହୁ କହୁଥିବାର ଶୁଣିବାକୁ ମିଳିଥିଲା।

Leave A Reply

Your email address will not be published.

two + 16 =