ମେହବୁବା ମୁଫତି ପୁଣି ଅଟକ! ଝିଅ ବି ଗୃହବନ୍ଦୀ

ଶ୍ରୀନଗର: ଦୀର୍ଘ ଗୋଟିଏ ବର୍ଷରୁ ଅଧିକ ଦିନ ଅଟକ ରହିବା ପରେ ପ୍ରଶାସନ ପଞ୍ଝାରୁ ମୁକୁଳି ଥିବା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ଆଜି ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କୁ ପ୍ରଶାସନ ପୁଣିଥରେ ବେଆଇନ ଭାବେ ଅଟକ ରଖିଥିବା ବେଳେ ତାଙ୍କ ଝିଅ ଇଲତିଜାଙ୍କୁ ମଧ୍ୟ ଗୃହବନ୍ଦୀ କରି ରଖାଯାଇଥିବା ସେ ଅଭିଯୋଗ କରିଛନ୍ତି। ବୁଧବାର ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ନଭଦୀପ ବାବୁ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଏନଆଇଏ ପିଡିପି ୟୁଥ ୱିଙ୍ଗର ମୁଖ୍ୟ ୱାହୀଦ ପରାରଙ୍କୁ ଗିରଫ କରିଥିଲା। ୱାହୀଦଙ୍କ ପରିବାର ଲୋକଙ୍କୁ ଭେଟିବାକୁ ମେହବୁବା ଚାହୁଁଥିଲେ ହେଁ ପୁଲିସ୍‌ ପ୍ରଶାସନ ତାଙ୍କୁ ଏଥିପାଇଁ ଅନୁମତି ଦେଉନାହିଁ। ମେହବୁବା ଟ୍ୱିଟ କରି କହିଛନ୍ତି, “ମୋତେ ପୁଣିଥରେ ବେଆଇନ ଭାବେ ଅଟକ ରଖାଯାଇଛି। ଦୁଇ ଦିନ ହେଲାଣି ଜମ୍ମୁ-କଶ୍ମୀର ପ୍ରଶାସନ ମୋତେ ଅଟକ ରଖି ୱାହୀଦଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଛାଡ଼ୁନାହିଁ। ବିଜେପିର ମନ୍ତ୍ରୀ ଓ ସେମାନଙ୍କ ହାତ ତିଆରି କଣ୍ଢେଇମାନେ କଶ୍ମୀରର କୋଣଅନୁକଣରେ ବୁଲି ପାରୁଛନ୍ତି। କିନ୍ତୁ ମୋ କଥା ଆସିଲା ବେଳକୁ ସୁରକ୍ଷାର ଆଳ ଦେଖାଯାଉଛି।” ଏଥିସହ ସେ ତାଙ୍କ ଗେଟ୍‌ ପାଖରେ ସୁରକ୍ଷାକର୍ମୀଙ୍କ ଗାଡ଼ି କେଉଁଭଳି ରହିଛି, ତା’ର ଫଟୋ ମଧ୍ୟ ଶେୟାର କରିଛନ୍ତି।

Leave A Reply

Your email address will not be published.

20 − 16 =