କରୋନା ଭାଇରସ୍ ଟିକା ନେବି ନାହିଁ: ବ୍ରାଜିଲ୍ ରାଷ୍ଟ୍ରପତି ବୋଲ୍ସୋନାରୋ

ନୂଆଦିଲ୍ଲୀ: କରୋନା ଭାଇରସ୍ ଟିକା ନେବେନାହିଁ ବୋଲି ବ୍ରାଜିଲ୍ର ରାଷ୍ଟ୍ରପତି ଜାଇର୍ ବୋଲ୍ସୋନାର କହିଛନ୍ତି । କରୋନାଭାଇରସ୍ ଟିକାକାରଣ କାର୍ଯ୍ୟକ୍ରମ ପ୍ରତି ସନ୍ଦିହାନ ଥିବା କଥା ସେ ଅନେକ ଥର ବିବୃତିରେ କହିଛନ୍ତି । ଗୁରୁବାର ଦିନ ଏକାଧିକ ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମରେ ସିଧା ପ୍ରସାରଣ ହୋଇଥିବା ବିବୃତିରେ ଦକ୍ଷିଣ-ପନ୍ଥୀ ନେତା ବୋଲ୍ସୋନାରୋ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ରାଜିଲୀମାନେ ଟିକା ନେବା ଆବଶ୍ୟକ ବୋଲି କଂଗ୍ରେସ ସମ୍ଭବତଃ ବିବେଚନା କରୁନାହିଁ । ଯୁକ୍ତରାଷ୍ଟ୍ର ଆମେରିକା ପରେ କୋଭିଡ-୧୯ ଜନିତ ମୃତ୍ୟୁ ଘଟଣାରେ ବ୍ରାଜିଲ୍ ହେଉଛି ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଥିବା ଦେଶ । ଜୁଲାଇ ମାସରେ ଭୂତାଣୁଦ୍ୱାରା ସଂକ୍ରମିତ ହୋଇଥିବା ରାଷ୍ଟ୍ରପତି ବୋଲ୍ସୋନାରୋ ଏହି ମହାମାରୀର ମାରାତ୍ମକତା ପ୍ରତି ଗୁରତ୍ୱ ଦେଉନାହାନ୍ତି । ସେ କହିଛନ୍ତି, ମୁଁ ଟିକା ନେବିନାହିଁ ବୋଲି ଆପଣମାନଙ୍କୁ କହୁଛି । ତାହା ମୋ ଇଚ୍ଛାଧୀନ । ମାସ୍କ ପିନ୍ଧିବାର ଫଳପ୍ରଦତା ଉପରେ ମଧ୍ୟ ସେ ସନ୍ଦେହ ବ୍ୟକ୍ତ କରିଛନ୍ତି । ସଂକ୍ରମଣ ବିସ୍ତାର ରୋକିବାରେ ମାସ୍କ ଫଳପ୍ରଦ ହେଉଥିବାର କୌଣସି ପ୍ରମାଣ ନାହିଁ ବୋଲି ସେ ମତ ଦେଇଛନ୍ତି । ପ୍ରଚୁର ମାତ୍ରାରେ କରୋନାଭାଇରସ୍ ଟିକା ଉପଲବ୍ଧ ହେଲେ ବି ବ୍ରାଜିଲୀୟମାନଙ୍କୁ ଟିକା ଦେବା ଆବଶ୍ୟକ ହେବନାହିଁ ବୋଲି ସେ ବାରମ୍ବାର କହି ଆସୁଛନ୍ତି । ଅକ୍ଟୋବର ମାସରେ ସେ ଟୁଇଟର୍ରେ ରହସ୍ୟ କରି କହିଥିଲେ, ଟିକାକରଣ କେବଳ ତାଙ୍କ କୁରୁର ନିମନ୍ତେ ଆବଶ୍ୟକ ।

Leave A Reply

Your email address will not be published.

2 × 5 =