ରାୟଗଡ: ଆଜିଠାରୁ ବିଧିବଦ୍ଧ ଭାବେ ଜିଲ୍ଲାରେ ଖୋଲିଲା ଧାନ ମଣ୍ଡି । ଏହି ମଣ୍ଡିକୁ ରାୟଗଡ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଆନୁଷ୍ଠାନିକଭାବେ ଶୁଭ ଉଦଘାଟନ କରିଥିଲେ । ମଣ୍ଡି ଖୋଲିଲା ସତ ହେଲେ ସରକରୀ ନିୟମ ଅନୁସାରେ ଚାଷୀ ରେଜଷ୍ଟେ୍ରସନ କରି ଟୋକନ ପାଇବାର ବ୍ୟବସ୍ଥାକୁ ବାଧ୍ୟ ବାଧକ କରିଥିବା ବେଳେ ବର୍ତମାନ ଅନେକ ଚାଷୀ ରେଜଷ୍ଟେ୍ରସନ କରି ମଧ୍ୟ ଏପର୍ଯ୍ୟନ୍ତ ଟୋକନ ପାଇ ନଥିବା ଅଭିଯୋଗ କରିଛନ୍ତି । ଫଳରେ ଧାନ ବିକିବାକୁ ନେଇ ଚାଷୀ ମହଲରେ ଏକ ପ୍ରକାର ଚିନ୍ତା ଘାରିଛି । ଜିଲ୍ଲାରେ ପ୍ରତିବର୍ଷ ଏହି ଟୋକନ ବ୍ୟବସ୍ଥାରେ ସମସ୍ୟା ହେଉଥିବା ହେତୁ ସେମାନଙ୍କ ଉତ୍ପାଦିତ ଧାନ ଠିକରେ ବିକ୍ରି କରିପାରୁ ନାହାଁନ୍ତି ଚାଷୀ ତେଣୁ ସେମାନେ ଆଉ ଧାନ ଚାଷ କରିବା ନେଇ ଏକ ପ୍ରକାର ଦ୍ୱନ୍ଦ ଉପୁଜୁଛି । ଏଣିକି ଆଉ ସେମାନେ ଧାନ ଚାଷ କରିବାକୁ ବିମୁଖ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଚାଷୀଙ୍କ ଅନଲାଇନ ପିକରଣ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଚାଷୀଙ୍କ ସଂଖ୍ୟା ବଢିଥିବା ବେଳେ ମାତ୍ର ୮,୫୦୦ ଚାଷୀଙ୍କ ଟୋକନ ଆସିଥିବା ଜଣାପଡିଛି । ସବିଶେଷ ତଥ୍ୟରୁ ଜିଲ୍ଲାରୁ ୧୫ ଲକ୍ଷ ୯୦ ହଜାର କ୍ୱଇଣ୍ଟାଲ ଧାନ କିଣିବା ଲକ୍ଷ୍ୟ ରଖିଛନ୍ତି ସରକାର । ଏଥି ପାଇଁ ଜିଲ୍ଲାର ୧୧ଟି ବ୍ଲକରେ ୧୮,୪୨୫ ଜଣ ଚାଷୀ ପିକୃତ ହୋଇଛନ୍ତି । ୨୦୧୯-୨୦ ଖରିଫରେ ୧୭ ହଜାର ୯୯୬ ଚାଷୀଙ୍କ ନିକଟରୁ ସରକା ୧୨ ଲକ୍ଷ ୮୦ ହଜାର କ୍ୱଇଣ୍ଟାଲ କିଣିଥିଲେ । ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୮ ଲକ୍ଷ କ୍ୱଇଣ୍ଟାଲ ଧାନ କିଣିବାକୁ ଯୋଜନା ରଖିଥିବା କହିଛି ଯୋଗାଣ ବିଭାଗ । ସେଥିମଧ୍ୟରୁ ୧୩,୫୯୦ ଜଣ ଚାଷୀଙ୍କ ଯାଂଚ ପ୍ରକ୍ରିୟା ସରିଛି ଏବଂ ୮,୫୦୦ ଜଣ ଚାଷୀଙ୍କ ଟୋକନ ଆସିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଚାଷୀ ଟୋକନ ପାଇନଥିବା ଅଭିଯୋଗ କରିଛନ୍ତି ।