ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ

ଭୁବନେଶ୍ୱର: ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳ ଆଜି ଏହାର ପ୍ରାଥମିକ ସଭ୍ୟପଦରୁ ବହିଷ୍କୃତ କରିବା ନେଇ ବିଜ୍ଞପ୍ତି ଜାରୀ କରିଛି । ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ଦ୍ୱାରା ଜାରୀ ହୋଇଥିବା ଏହି ବିଜ୍ଞପ୍ତି ପଛରେ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶ ରହିଥିବା ପ୍ରକାଶ । ଅନ୍ୟପକ୍ଷରେ ଦଳରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତିଯେ, ସେ କିଛି ଜନବିରୋଧୀ କାର୍ଯ୍ୟ କରିନାହାଁନ୍ତି । ଯଦି ମୁଁ ସମ୍ପତି କରିଛି ତେବେ ଏ ସମ୍ପର୍କରେ ମତେ ପ୍ରମାଣ ଦିଆଯାଉ ଓ ଯେକୌଣସି ଦଣ୍ଡ ଲାଗି ମୁଁ ପ୍ରସ୍ତୁତ ବୋଲି ସେ ପ୍ରକାରାନ୍ତରେ କହିଛନ୍ତି । ଶ୍ରୀ ପ୍ରାଣୀଗ୍ରାହୀ ମଧ୍ୟ ପ୍ରକାଶ କରିଛନ୍ତି ଯେ, ମୋ ପ୍ରଶ୍ନର ଉତର ଜାଣିବା ଅଧିକାର ମୋର ଅଛି । ଦଳ ଯେତେବେଳେ ମୋତେ ଯେଉଁ କାମ ଦେଇଛି ମୁଁ କରିଛି । ମୋର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କୌଣସି ଅଭିଯୋଗ ନାହିଁ । ସୂଚନା ଯୋଗ୍ୟ ଶ୍ରୀ ପ୍ରାଣୀଗ୍ରାହୀ ୨୦୦୯ ଓ ୨୦୧୪ ସମେତ ୨୦୧୯ରେ ବିଧାୟକ ରୂପେ ନିର୍ବାଚିତ ହେବା ସହିତ ପୂର୍ବରୁ ମନ୍ତ୍ରୀ ମଧ୍ୟ ଥିଲେ । ତେବେ ତାଙ୍କୁ ବହିଷ୍କାର ନିଷ୍ପତିକୁ ସ୍ଥାନୀୟ ଏମପି ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା ଓ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚିଆଇ ପଟ୍ଟନାୟକ ପ୍ରମୁଖ ସ୍ୱାଗତ କରିଛନ୍ତି । ଶ୍ରୀ ପାଣିଗ୍ରାହୀଙ୍କ ଦ୍ୱାରା ଆହୁତ ସାମ୍ବାଦିକ ସମ୍ମିଳନୀରେ ତାଙ୍କର ପତ୍ନୀମଧ୍ୟ ଭାଗ ନେଇଥିଲେ ।
ଭିଜିଲାନ୍ସ ହାତରେ ଧରାପଡିଥିବା ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କ ସହ ସମ୍ପକକୁ ନେଇ ବିବାଦକୁ ଆସିଥିଲେ ପ୍ରଦୀପ । ଟାଟାର ଜାଲ ନିଯୁକ୍ତିପତ୍ର ନେଇ ପ୍ରଦୀପଙ୍କ ଭୂମିକା ଥିଲା ସନେ୍ଦହରେ । ଏହା ସହ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସହ ପ୍ରଦୀପଙ୍କ ଝିଅ ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ବିଧାନସଭାର ଶୂନ୍ୟକାଳରେ ଉଠିଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରସଙ୍ଗ । ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ସହ ବିଧାୟକଙ୍କ ସଂପୃକ୍ତି ଅଭିଯୋଗ ଆଣିଥିଲେ କଂଗ୍ରେସ ବିଧାୟକ । ଶାସକ ଦଳର ବହୁ ନେତା, ମନ୍ତ୍ରୀ ଏଥିରେ ଜଡିତ ଥିବାରୁ କିଛି ଅଣ ଓଡିଆ ଅଫିସର ରାଜ୍ୟକୁ ଲୁଟିଖାଉଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଆୟ ବର୍ହିଭୂତ ସଂପତି ଠୂଳ ଅଭିଯୋଗରେ ପାଠକ ବାପ, ପୁଅଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା ।

Leave A Reply

Your email address will not be published.

fifteen + four =