କରୋନାରେ ଚାଲିଗଲେ ବିଧାୟିକା କିରଣ ମାହେଶ୍ୱରୀ : ବିଭିନ୍ନ ମହଲରେ ଶୋକ

ଜୟପୁର : କରୋନା ମହାମାରୀରେ ଚାଲିଗଲା ଆଉ ଜଣେ ରାଜନେତାଙ୍କ ଜୀବନ। ଜୀବନ ଯୁଦ୍ଧରେ ହାରିଗଲେ ବିଜେପି ବିଧାୟିକା କିରଣ ମାହେଶ୍ୱରୀ। ରାଜସ୍ଥାନର ରାଜସମନ୍ଦର ବିଜେପି ବିଧାୟିକା କିରଣ ମାହେଶ୍ୱରୀଙ୍କ ରବିବାର ରାତିରେ ପରଲୋକ ହୋଇଯାଇଛି। ନିକଟରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ପରେ ହରିୟାଣାର ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା । ହେଲେ ସମସ୍ତ ପ୍ରୟାସ ସତ୍ତ୍ବେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ହେଉଛନ୍ତି ରାଜସ୍ଥାନର ଦ୍ବିତୀୟ ବିଧାୟକ, ଯାହାର କରୋନାରେ ମୃତ୍ୟୁ ହୋଇଛି। ତାଙ୍କ ବିୟାଗରେ ରାଜସ୍ଥାନର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉପରାଷ୍ଟ୍ରପତି ଏମ୍. ଭଙ୍କୟା ନାଇଡୁ ଶୋକ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.

twenty − fifteen =