ସ୍ୱାମୀର ମୃତ୍ୟୁ ଦେଖି ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ

ସାଲେପୁର: ବିବାହକୁ ୯ ମାସ ପୁରିନି। ବାପା ମାଆଙ୍କର ସେ ଥିଲେ ଗୋଟିଏ ପୁଅ। ସବୁକିଛି ଠିକଠାକ୍ ଚାଲିଥିଲା। କିନ୍ତୁ ହଠାତ୍ କ’ଣ ହେଲା କେଜାଣି ଉଭୟ ସ୍ୱାମୀ ସ୍ତ୍ରୀ ଗୋଟିଏ ଦିନରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସ୍ୱାମୀ ତ ଚାଲିଗଲେ, ଏବେ ସ୍ତ୍ରୀ ଏବେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏମିତି ଏକ ଦୁଃଖଦ ଘଟଣା ଘଟିଛି ମାହାଙ୍ଗା ଥାନା ଗୋତରା-ପ୍ରହରାଜପୁର ଗାଁରେ।

ଆଜି ସକାଳେ ମାନସ କୁମାର ବେହେରା ପ୍ରତିଦିନ ଭଳି ଗାଁ ନିକଟ ଅସୁଲପୁର ବଜାରରେ ଥିବା ନିଜ ଲୁହାକଣ୍ଟା ଦୋକାନକୁ ଯାଇଥିଲେ। କିନ୍ତୁ ଦୋକାନ ଭିତରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସ୍ୱାମୀର ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡ଼ିଥିବା ସ୍ତ୍ରୀ ଉଷଶ୍ରୀ ନିଜ ଘରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛି। ତେବେ ଠିକ୍ ସମୟରେ ପଡୋଶୀ କବାଟ ଭାଙ୍ଗି ଉଷଶ୍ରୀଙ୍କୁ ଉଦ୍ଧାର କରିଥିଲେ।

ଗୁରୁତର ଅବସ୍ଥାରେ ଉଷଶ୍ରୀଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି। ତେବେ କାହିଁକି ଉଭୟ ସ୍ୱାମୀ ଓ ସ୍ତ୍ରୀ ଏକା ସମୟରେ ଏଭଳି ଚରମ ନିଷ୍ପତ୍ତି ନେଲେ, ତାହା ଜଣା ପଡ଼ିନାହିଁ। ଏହି ଘଟଣାରେ ସ୍ଥାନୀୟ ଭଦ୍ରେରେଶ୍ଵର ପୁଲିସ ଫାଣ୍ଡିରେ ଏତଲା ଦିଆଯାଇଛି।

Leave A Reply

Your email address will not be published.

7 + twenty =