୩ ଦିନିଆ ରିମାଣ୍ଡରେ ଯିବେ ଅଭୟ ପାଠକ

ବ୍ରହ୍ମପୁର: ଆୟ ବହିର୍ଭୂତ ସଂପତି ଠୁଳ ମାମଲାରେ ଗିରଫ ଅଭୟପାଠକଙ୍କୁ ଭିଜିନ୍ସଲ ଏସଆଇଟି ୩ ଦିନିଆ ରିମାଣ୍ଡରେ ନେବ । ଏଥି ପାଇଁ ସ୍ୱତନ୍ତ୍ର ଭିଜିନ୍ସଲାସ ଅଦାଲତ ଅନୁମତି ଦେଇଛନ୍ତି । ତାଙ୍କୁ ଅଧିକ ଜେରା କରିବା ପାଇଁ ଏସଆଇଟି ରିମାଣ୍ଡ ଆବେଦନ କରିଥିଲେ ।
ଏସ୍ଆଇଟି ଏକ ଟିମ୍ ଗତକାଲିଠାରୁ ବ୍ରହ୍ମପୁର ଡେରା ପକାଇଥିବା ସୂଚନା ରହିଛି । ଆଜି ଦ୍ୱିତୀୟ ଦିନରେ ଆଇସିଆଇସିଆଇ ପ୍ରୋଡେନ୍ସିଆଲ୍ ଇନସୁରାନ୍ସ କମ୍ପାନି ସମେତ ବିଭିନ୍ନ ବ୍ୟାଙ୍କକୁ ଯାଇ ପାଠକଙ୍କର ଆକାଉଂଟ ଅଛି କି ନାହିଁ ଓ ଆକାଉଂଟରେ କେତେ ଟଙ୍କା ଜମା ରହିଛି ସେ ନେଇ ସବିଶେଷ ତଥ୍ୟ ସଂଗ୍ରହ କରାଯାଉଛି । ଏସ୍ଆଇଟିର ୩ ଜଣିଆ ଦଳରେ ବ୍ରହ୍ମପୁର ଅତିରିକ୍ତ ଏସ୍ପି ଶାନ୍ତନୁ ପାଢ଼ୀ କଟକ ଭିଜିଲାନ୍ସ ସେଲ୍ ଡିଏସ୍ପି ରଞ୍ଜନ କୁମାର ଦାସ ଓ ସଂଧ୍ୟାରାଣୀ ସାହୁ ସାମିଲ୍ ରହିଛନ୍ତି । ଏହି ଟିମ୍ ଗତକାଲି ବ୍ରହ୍ମପୁର କାର୍ଯ୍ୟାଳୟକୁ ଯାଇ ପାଠକଙ୍କ ସଂପର୍କତ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ । ଗଞ୍ଜାମରେ ପ୍ରାୟ ୮ ବର୍ଷ କାଳ ବନ ବିଭାଗର ବିଭିନ୍ନ ଉଚ୍ଚ ପଦପଦବିରେ ଥିବା ଅଭୟଙ୍କ ଦୁର୍ନୀତି ଓ କେଳେଙ୍କାରୀର ମୂଳଦୁଆ ପଡିଥିଲା । ବୋଲି କୁହାଯାଉଛି । ତେଣୁ ଏହାର ଖୋଳତାଡ଼ ପାଇଁ ମଙ୍ଗଳବାର ବ୍ରହ୍ମପୁର ଡିଏଫଓ ଏବଂ ଓଏଫଡିସି ବ୍ରହ୍ମପୁର ଡିଭିଜନ୍ କାର୍ଯ୍ୟାଳୟ, ମେଡିକାଲ କ୍ୟାମ୍ପସ୍ ଏସ୍ବିଆଇ ଶାଖା, ବ୍ରହ୍ମପୁର ମୁଖ୍ୟ ଡାକଘରକୁ ଯାଇ ପାଠକଙ୍କ ଚାକିରି କାଳ ମଧ୍ୟରେ ହିସାବ କିତାବ ଓ ଆକାଉଂଟ ସମ୍ପର୍କରେ ତଥ୍ୟ ହାସଲ କରିଥିଲା । ଡିଏଫ୍ଓ ଏବଂ ଓଏଫ୍ଡିସି କାର୍ଯ୍ୟାଳୟରୁ ପାଠକଙ୍କ ସମ୍ପର୍କିତ ପ୍ରାୟ ୨ ହଜାର ପୃଷ୍ଠାର ଦସ୍ତାବିଜ ଜେରକ୍ସ କରି ନେଇଛି ଏସଆଇଟି । ଏଥିରେ ବେଶ୍ କିଛି ଗୁରୁତ୍ୱୂର୍ଣ୍ଣ ତଥ୍ୟ ରହିଥିବା ଜଣାପଡିଛି ।

Leave A Reply

Your email address will not be published.

fifteen + six =