ବିଧାୟକ ଜେଲରେ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ଜେଲରେ । କ୍ରାଇମବ୍ରାଂଚ ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ଶ୍ରୀ ପାଣିଗ୍ରାହୀଙ୍କୁ ଗିରଫ କରିବା ସହ ଭୁବନେଶ୍ୱରସ୍ଥିତ ଏସଡିଜେଏମ କୋର୍ଟରେ ହାଜର କରିଥିଲା । ତାଙ୍କର ଜାମିନ ଆବେଦନ କୋର୍ଟରେ ଖାରଯ ହେବା ସହିତ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସମସ୍ତେ ଜାଣନ୍ତି, ପ୍ରଦୀପ ବାବୁ ତିନି ଥର ବିଧାୟକ ହୋଇଚାଲିଥିଲା ବେଳେ ମନ୍ତ୍ରୀ ହେବା ଅନୁଭୁତି ମଧ୍ୟ ତାଙ୍କର ରହିଛି । ତାଙ୍କୁ ଏବେ ଝାରପଡ଼ା ଜେଲରେ ରଖା ଯାଇଥିବା ପ୍ରକାଶ । ବିଚାରପତିଙ୍କ ସମ୍ମୁଖରେ ତାଙ୍କର ଓକିଲ ଅନିଲ ଶତପଥି ଯୁକ୍ତିବାଢ଼ି ପ୍ରଦୀପ ବାବୁ ଉଚ୍ଚ ରକ୍ତଚାପ ଓ ମଧୂମେହରେ ପିଡୀତଥିବା ଦର୍ଶାଇ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଅନୁରୋଧ କରିଥିଲେ । ଏନେଇ ଶ୍ରୀ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପ୍ରାଣିଗ୍ରାହୀ ଏବଂ ତାଙ୍କ ଓକିଲ ଅନିଲ ଶତପଥି ପ୍ରମୁଖ ଜାମିନପାଇଁ ଦୌରା ଜଜଙ୍କ ଅଦାଲତରେ ଆବେଦନ କରିବେ ବୋଲି କହିଛନ୍ତି । ଅବଶ୍ୟ ପ୍ରଦୀପଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଗଲା ପରେ ବିଚାରବିଭାଗୀୟ ହାଜତକୁ ନିଆଯାଇଛି । ଭାରତ ମୁଖ୍ୟତଃ ଗଣତନ୍ତ୍ରଭିତିକ ଦେଶ ହୋଇଥିଲା ବେଳେ ଏଠାରେ ସେ ତାଙ୍କ ବିରୋଧରେ ଥିବା ଆପତି ଅଭିଯୋଗ ସହ ସଂଶ୍ଲିଷ୍ଟ ଅଛନ୍ତି କି ନା’, ସେ ସମ୍ପର୍କରେ କ୍ରାଇମବ୍ରାଂଚ ଆଗକୁ ତଦନ୍ତ କରି ପୂର୍ଣ୍ଣାଙ୍ଗ ରିପୋର୍ଟ ଦେଲେ ଏହାର ବିଚାର କୋର୍ଟ କରିବେ । ଶ୍ରୀ ପାଣିଗ୍ରାହୀଙ୍କ ଭାବି ସମୁଦି ଓ ତାଙ୍କ ପୁଅଙ୍କ ଆୟ ସୀମାଟପିଥିବାରୁ ଏ ସମ୍ପର୍କରେ ଏବେ ମଧ୍ୟ କ୍ରାଇମବ୍ରାଂଚ ତଦନ୍ତ କରିବା ସହିତ ଇଡିର ସାହାର୍ଯ୍ୟ ନେବାକୁ ଯାଉଛି । ତେବେ ବାସ୍ତବରେ ଏଥିରେ ଦୁର୍ନିତି କେତେ ହୋଇଛି, ଲାଂଚ କିଏ ନେଇଛି ଓ କୋଟି କୋଟି ଟଙ୍କାର ମାଲିକ କିପରି ଅଭୟ ପାଠକ ହୋଇପାରିଛନ୍ତି । ସେ ସମ୍ପର୍କରେ ଇଡି ତଦନ୍ତ ପରେ ଜଣାପଡିବ ବୋଲି ଆଶା କରାଯାଏ । ତେବେ ଏହି ଘଟଣା ଯଦି ସତ, ତେବେ ମାନିିବାକୁ ପଡିବ ଯେ, ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଦୂର୍ନୀତି ମୂଳରୁ ନୁହେଁ, ଚୁଳରୁ ହେଉଛି ।

Leave A Reply

Your email address will not be published.

two × two =