ପିଆରସିଆଇ ଓଡିଶା ଶାଖାର ଅଧ୍ୟକ୍ଷ ରୁପେ ଡଃ ଅଶୋକ ପଣ୍ଡା ମନୋନିତ

ଭୁବନେଶ୍ୱର: ପବ୍ଲିକ ରିଲେସନସ୍ କାଉନସିଲ ଅଫ ଇଣ୍ଡିଆ ଏବଂ ୟଙ୍ଗ୍ କମୁ୍ୟନିକେଟର୍ସ କ୍ଲବର ଓଡିଶା ପାଇଁ ଅଧ୍ୟକ୍ଷ ରୁପେ ଡଃ ଅଶୋକ କୁମାର ପଣ୍ଡା ଦାୟୀତ୍ୱ ଗ୍ରହଣ କରିଛନ୍ତି । ପିଆରସିଆଇ ର ପୁର୍ବତନ ଅଧ୍ୟକ୍ଷ ଏମ.ବି. ଜୟରାମ୍ ତାଙ୍କୁ ମନୋନିତ କରିଥିଲେ । ତାଙ୍କର ଏହି ନୁତନ କାର୍ଯ୍ୟଭାର ନିମନ୍ତେ ପିଆରସିଆଇ ର ଜାତୀୟ ଅଧ୍ୟକ୍ଷ ଡଃ ବିନୟ କୁମାର ଏବଂ କ୍ଷେତ୍ରୀୟ ଅଧ୍ୟକ୍ଷ, ପୁର୍ବ ଶ୍ରୀ ଆର. ଏନ. ମହାପାତ୍ର ତାଙ୍କୁ ଶୁଭେଛା ଜଣାଇଛନ୍ତି । ଏଠାରେ ଉଲ୍ଲେଖ୍ୟ ଯୋଗ୍ୟ ଯେ, ଡଃ ପଣ୍ଡା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ମାଷ୍ଟର ଅଫ ଜର୍ଣର୍ାଲିଜିମ୍ ବିଭାଗର ପ୍ରଥମ ବ୍ୟାଚର ଛାତ୍ର ଏବଂ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଜର୍ଣ୍ଣାଲିଜିମ ଏବଂ ମାସ୍ କମୁୁ୍ୟନିକେସନରେ ପ୍ରଥମ ଶ୍ରେଣୀରେ ସ୍ନାତକ ହେବା ସହିତ ଗୋଲ୍ଡ ମେଡାଲ ପାଇଥିଲେ । ସେ ଡେଭଲପମେଂଟ କମୁ୍ୟନିକେସନରେ ଡକ୍ଟରେଟ ଉପାଧି ହାସଲ କରିଛନ୍ତି । ତାଙ୍କର ମିଡିଆ, ଜନ ସମ୍ପର୍କ ଏବଂ ମାନବ ସମ୍ବଳ କ୍ଷେତ୍ରରେ ତିିନି ଦଶନ୍ଧିର ଅଭିଜ୍ଞତା ରହିଛି ଏବଂ ଉଭୟ ଟାଇମ୍ସ ଅଫ ଇଣ୍ଡିଆ ଗ୍ରୁପ ଓ ସନମାର୍ଗରେ ପ୍ରମୁଖ ପଦବୀରେ ଅବସ୍ଥାପିତ ଥିଲେ । ଡଃ ପଣ୍ଡା ତିନି ବର୍ଷ ନିମନ୍ତେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଭିଜିଟିଙ୍ଗ ପ୍ରଫେସର ରୁପେ, ୟୁନିଭରସିଟି ଅଫ ଅକ୍ସଫୋର୍ଡରେ ଗୋଟିଏ ଶିକ୍ଷା ବର୍ଷ ନିମନ୍ତେ ଭିଜିଟିଙ୍ଗ ଫେଲୋ ରୁପେ ତଥା ୟୁନିଭରସିଟି ଅଫ୍ ମିନେସୋଟା, ଯୁକ୍ତରାଷ୍ଟ୍ର ଆମେରିକାରେ ଗୋଟିଏ ଶିକ୍ଷାଦାନ ଅବଧି ନିମନ୍ତେ ଭିଜିଟିଙ୍ଗ ସ୍କୋଲାର ରୁପେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ଭାରତୀୟ ରେଳପଥ, ଏନଟିପିସି, ନାଲକୋ, କୋଲ ଇଣ୍ଡିଆ, ଇଣ୍ଡିଆନ ଅଏଲ କର୍ପୋରେସନ ଏବଂ ଜାତୀୟକରଣ ବ୍ୟାଙ୍କ ମାନଙ୍କରେ ନିୟମିତ ବ୍ୟବଧାନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୁଡିକର ଆୟୋଜନ କରିଥାନ୍ତି ଏବଂ ଉକ୍ରଳ ବିଶ୍ୱବିଦ୍ୟାଳୟ ଓ ନ୍ୟାସନାଲ ଇନଷ୍ଟିଟୁ୍ୟଟ ଅଫ ଫ୍ୟାସନ ଟେକନୋଲୋଜିରେ ଭିଜିଟିଙ୍ଗ ଫ୍ୟକଲ୍ଟି ରୁପେ ମଧ୍ୟ କାର୍ଯ୍ୟ କରୁଛନ୍ତି । ସେ ମଧ୍ୟ ଭାରତୀୟ ବିଦ୍ୟାଭବନର ରାଉଲକେଲା କେନ୍ଦ୍ରର ଅଧ୍ୟକ୍ଷ ଏବଂ ଭୁବନେଶ୍ୱର ରୋଟାରୀ କ୍ଲବର ଜଣେ ସକ୍ରିୟ ସଭ୍ୟ ହେବା ସହିତ ପୁର୍ବତନ ସଭାପତି ମଧ୍ୟ ରହି ଆସିଛନ୍ତି । ତାଙ୍କ ସହିତ ଡଃ ଲଥା ଟି. ଏସ୍., ଆଶିଶ ତୟାଲ, ଅସିମ୍ ରାୟ ଚୌଧୁରୀ ମଧ୍ୟ ଯଥାକ୍ରମେ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗର ପିଆରସିଆଇ ରାଜ୍ୟ ମୁଖ୍ୟ ରୁପେ ମନୋନିତ ହେଇଛନ୍ତି ।

Leave A Reply

Your email address will not be published.

13 − 7 =