ଆଇ.ଏନ.ଏସ୍ ଚିଲିକାରେ ନୌସେନା ଦିବସ ପାଳିତ


ଖୋର୍ଦ୍ଧା: ଆଇ.ଏନ.ଏସ. ଚିଲିକାରେ ନୌସେନା ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷ ନୌସେନା ଦିବସର ବିଷୟବସ୍ତୁ ରହିଛି ଯୁଦ୍ଧ ପ୍ରସ୍ତୁତ ଭାରତୀୟ ନୌସେନା ବିଶ୍ୱସନୀୟ ଏବଂ ସମନ୍ୱୟ । ଚଳିତ ବର୍ଷ ମଧ୍ୟ ପାକିସ୍ଥାନ ବିରୋଧରେ ୧୯୭୧ ମସିହାରେ ଭାରତର ଗୌରବମୟ ବିଜୟର ୫୦ତମ ବାର୍ଷିକୀ । ତେଣୁ ଚଳିତ ବର୍ଷକୁ ମଧ୍ୟ ସ୍ୱର୍ଣ୍ଣିମ ବିଜୟ ଦିବସ ଭାବରେ ସାରା ଦେଶରେ ପାଳନ କରାଯାଉଛି । ନୌସେନା ଦିବସ ଅବସରରେ ଆଇ.ଏନ.ଏସ୍ ଚିଲିକାର କମାଣ୍ଡିଂ ଅଧିକାରୀ କମୋଡେ଼ାର ଋତୁରାଜ ସାହୁ ନୌସେନା କେନ୍ଦ୍ର ପରିସରରେ ଥିବା ଯୁଦ୍ଧ ସ୍ମାରକୀ ପ୍ରେରଣାସ୍ଥଳରେ ଦେଶ ମାତୃକାର ସମ୍ମାନ ପାଇଁ ପ୍ରାଣ ବଳି ଦେଇଥିବା ସହିଦ ନୌସେନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କରୋନା ମହାମାରୀ ଏବଂ ବାତ୍ୟ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନୋ÷ସେନା ଅଧିକାରୀ ଓ କର୍ମ·ରୀ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କୁ ଭାତୃଭାବ ସହ ନିସ୍ୱାର୍ଥପର ସହାୟତା ଯୋଗାଇ ଦେଇଥିବାରୁ ସେମାନଙ୍କୁ କୃତଜ୍ଞତା ଜଣାଇ ଦେଇଥିଲେ । ଏହି ଅବସରରେ କେନ୍ଦ୍ର ପରିସରରେ ଏକ ଦେଶାତ୍ମକ ବୋଧକ ସାମରିକ ସଂଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ନୌସେନା ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ ୧୯୭୧ ଭାରତ ପାକିସ୍ଥାନ ଯୁଦ୍ଧରେ ନୌସେନାର ରଣନୀତି ସମ୍ପର୍କରେ ଉପସ୍ଥାପନା ଭିତ୍ତିକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରବର୍ତ୍ତୀ ପିଢିକି ନୌସେନା ପ୍ରତି ଆକୁଷ୍ଟ କରିବା ପାଇଁ କେନ୍ଦ୍ର ପରିସରରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ପାଇଁ ଏକ ୱେବନର କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ଛୋଟ ଛୋଟ ଶିଶୁଙ୍କ ମଧ୍ୟରେ ପାଣି ଜାହାଜ ପ୍ରତିକୃତି ନିର୍ମାଣ ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

5 + 11 =