ରଶି ଲଗାଇ ଯୁବକର ଆତ୍ମହତ୍ୟା


ଯାଜପୁର: ମଂଗଳପୁର ଥାନା ଅଧିନସ୍ଥ ପାଲଟପୁର ପଂଚାୟତ ଧୋବାଇକୋଇଲି ଗ୍ରାମର ଭୀକାରୀ ସାହୁଙ୍କ ପୁଅ ଭୀମସେନ ସାହୁ(୪୪) ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏଥିନେଇ ମଂଗଳପୁର ପୁଲିସ ପକ୍ଷରୁ ଶବ ଜବତ କରି ୨୨/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇ ଗାଁ ସ୍ମଶାନରେ ଶବ ଦାହ କରାଯାଇଛି । ଘଟଣାରୁ ପ୍ରକାଶ ଭୀମସେନଙ୍କ ଘର ଧୋବାକୋଇଲିରେ ହୋଇଥିବାବେଳେ ଚାଉଳିଆ-ଦକ୍ଷିଣବନ୍ଧ ଛକରେ ଥିବା ଦୋକାନ ଘର ଭିତରେ ଏକ ଫ୍ୟାନ ହୁକରେ ବେକରେ ରଶି ଲଗାଇ ଦେଇଥିବା ଦେଖିବାକୁ ମିଳିଛି । ଆଜି ସକାଳେ ତାଙ୍କୁ ଫୋନ ନଉଠାଇବାରୁ ପୁଅ ଦୋକାନ ଖୋଲିଦେବାରୁ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ ।

Leave A Reply

Your email address will not be published.

eighteen − twelve =