ଭୁବନେଶ୍ୱର: ରାଜ୍ୟରେ କିଛିଦିନ ହେବ ଆକ୍ରନ୍ତଙ୍କ ସଂଖ୍ୟା ଦୈନିକ ପାଉଥିବା ଦେଖାଯାଉଛି । ୨୪ ଘଂଟାରେ ଚିହ୍ନଟ ହେଉଥିବା ଆକ୍ରନ୍ତଙ୍କ ସଂଖ୍ୟା ୪୦୦ ମଧ୍ୟରେ ସୀମିତ ରହିଛି । ଏବେ ଆଉ ୩୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସଙ୍ଗରୋଧ କେନ୍ଦ୍ରରୁ ୨୧୨, ସ୍ଥାନୀୟ ଅଂଚଳରୁ ୧୫୬ ଜଣ ଚିହ୍ନଟ ହୋଇଛନ୍ତି ।ତେବେ ଏମାନଙ୍କୁ ମିସାଇ ଆକ୍ରନ୍ତଙ୍କ ସଂଖ୍ୟା ୩,୨୧,୫୬୪ରେ ପହଂଚିଛି ।
ଏମାନଙ୍କ ମଧ୍ୟରୁ ୩,୧୫,୮୪୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩,୮୯୩ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ୨୬ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୪୯ ଓ ସୁନ୍ଦରଗଡରୁ ୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୩୦, ବାଲେଶ୍ୱର ୧୬, ବରଗଡ ୧୯, ଭଦ୍ରକ ୧୯, ବଲାଙ୍ଗୀର ୧୮, କଟକ ୨୬, ଦେଓଗଡ ୧, ଢେଙ୍କାନାଳ ୪, ଗଞ୍ଜାମ ୬, ଜଗତସିଂହପୁର ୮, ଯାଜପୁର ୬, ଝାରସୁଗୁଡା ୬, କଳାହାଣ୍ଡି ୬, କନ୍ଧମାଳ ୨, କେନ୍ଦ୍ରାପଡ଼ା ୫, କେନ୍ଦୁଝର ୨୨, କୋରାପୁଟ ୪, ମାଲକାନଗିରି ୧, ମୟୁରଭଞ୍ଜ ୨୪, ନୟାଗଡ ୫, ପୁରୀ ୧୮, ରାୟଗଡା ୨, ସମ୍ବଲପୁର ୧୧, ଷ୍ଟେଟ ପୁଲରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।