ଭାରତର କୋଭିଡ ଟିକା ବିକାଶ ନିରୀକ୍ଷଣ କରିବେ ୮୦ଟି ଦେଶ

ବିଶ୍ୱର ପ୍ରାୟ ୮୦ଟି ଦେଶର ରାଷ୍ଟ୍ରଦୂତ ଏବଂ ଉଚ୍ଚାୟୁକ୍ତ ଚଳିତ ମାସ ୯ ତାରିଖରେ ହାଇଦ୍ରାବାଦ୍‍ ଗସ୍ତ କରିବା ସହ କେତେକ ପ୍ରମୁଖ ଗବେଷଣାଗାର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଶରେ ହେଉଥିବା ପ୍ରମୁଖ ଗବେଷଣା ଏବଂ ବିକାଶ କାର୍ଯ୍ୟ ବିଷୟରେ ସେମାନଙ୍କୁ ଅବଗତ କରାଇବା ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରିଛି। ତେଲେଙ୍ଗାନା ମୁଖ୍ୟ ଶାସନ ସଚିବ ସୋମେଶ କୁମାର ଏ ସମ୍ପର୍କୀତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିଦର୍ଶନ କାଳରେ ସମ୍ପୃକ୍ତ ରାଷ୍ଟ୍ରଦୂତ ଏବଂ ଉଚାୟୁକ୍ତମାନେ ଦେଶରେ କୋଭିଡ୍‍ ନାଇଣ୍ଟିନ୍‍ ଟିକା ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଭାରତ ବାୟୋଟେକ୍‍ ଲିମିଟେଡ୍‍ ଏବଂ ଇ-ବାୟୋଲୋଜିକାଲ୍‍ ଲିମିଟେଡ୍‍ ଗସ୍ତ କରିବେ। କରୋନା ଟିକା ଉତ୍ପାଦନ ଏବଂ ଯୋଗାଣ ନେଇ ସେମାନଙ୍କୁ ତଥ୍ୟ ଦିଆଯିବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.

two × 5 =