ଭୁବନେଶ୍ୱର: ଭାରତର ରାଜଧାନୀ ଦିଲ୍ଲୀରେ ·ଲିଥିବା କୃଷକମାନଙ୍କର ‘ଦିଲ୍ଲୀ ଚଲୋ’ କୃଷକ ଆନେ୍ଦାଳନ ତରଫରୁ ଆସନ୍ତା ୮ ଡ଼ିସେମ୍ବରରେ ଭାରତ ବନ୍ଦର ଡ଼ାକରା ଦିଆଯାଇଛି । ଦେଶର ସମସ୍ତ କୃଷକ ସଂଗଠନମାନଙ୍କର ମିଳିତ ମଞ୍ଚ ‘ସଂଯୁକ୍ତ କିଷାନ ମୋର୍ଚ୍ଚା’ ତରଫରୁ ଆହୂତ ୮ ଡ଼ିସେମ୍ବର ଭାରତ ବନ୍ଦକୁ ଓଡ଼ିଶାରେ ସମ୍ପୂର୍ଣ୍ଣ ଭାବେ ସଫଳ କରିବା ପାଇଁ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଓଡ଼ିଶା ତରଫରୁ ଆହ୍ୱାନ ଦିଆଯାଇଛି । ଆଜି ଏଆଇକେଏସ୍ସିସିର ରାଜ୍ୟ ଆବାହକ ମଣ୍ଡଳୀର ଏକ ଜରୁରୀ ଭରର୍ଚୁଆଲ ସଭା ଅନୁଷ୍ଠିତ ହୋଇ ଏହି ଘୋଷଣା କରାଯାଇଛି । ଏହି ବନ୍ଦ ଆନେ୍ଦାଳନକୁ ଭାରତର ମିଳିତ ଟ୍ରେଡ୍ ୟୁନିୟନ ମଞ୍ଚ, ସମସ୍ତ ବାମପନ୍ଥୀ ଦଳ ଏବଂ ଅଧିକାଂଶ ରାଜନୈତିକ ଦଳମାନେ ସମର୍ଥନ ଘୋଷଣା କରିଛନ୍ତି । କୃଷକ-କୃଷି ସର୍ବନାଶକାରୀ ଏବଂ ଜନବିରୋଧୀ ତିନୋଟି କୃଷି ଆଇନ୍-୨୦୨୦ ଏବଂ ବିଦୁ୍ୟତ୍ ବିଲ୍-୨୦୨୦ ରଦ୍ଧ କରିବା ହେଉଛି ଏହି ଭାରତ ବନ୍ଦର ମୁଖ୍ୟ ଦାବି । ଦିଲ୍ଲୀରେ ସଂଘର୍ଷରତ କୃଷକମାନଙ୍କ ଉପରେ କେନ୍ଦ୍ର ସରକାର ଯେଉଁଭଳି ଭାବେ ଅମାନୁଷିକ ଓ ବର୍ବର ଆକ୍ରମଣ କଲେ, ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ଆଜିକାର ବୈଠକରେ ପ୍ରସ୍ତାବ ଗୃହିତ ହୋଇଛି । ଠିକ୍ ସେହିଭଳି ଗତକାଲି ଓଡ଼ିଶାର ପଶ୍ଚିମାଞ୍ଚଳରେ ହୋଇଥିବା କୃଷକ ଆନେ୍ଦାଳନର ପ୍ରମୁଖ ନେତା ଲିଙ୍ଗରାଜ ଏବଂ ଅନ୍ୟ ନେତାମାନଙ୍କ ଉପରେ ହୋଇଥିବା ଗିରଫଦାରୀକୁ ଆଜିର ବୈଠକରେ ନିନ୍ଦା କରାଯାଇ ପ୍ରସ୍ତାବ ଗୃହିତ ହୋଇଛି ।
ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତିର ନେତୃବୃନ୍ଦ କହିଛନ୍ତି ଯେ, ୮ ଡ଼ିସେମ୍ବରରେ ଓଡ଼ିଶାରେ ରାଜ୍ୟ ରାଜଧାନୀ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସର୍ବତ୍ର ପିକେଟିଂ କରାଯିବ । ଜାତୀୟ ରାଜପଥ, ରେଳଧାରାଣା ଏବଂ ଟୋଲ୍ପ୍ଲାଜା ଗୁଡ଼ିକରେ ପିକେଟିଂ କାର୍ଯ୍ୟକ୍ରମ ଜାରି ରହିବ ବୋଲି କୁହାଯାଇଛି । ଆଜିକାର ଏହି ବୈଠକରେ ଅଖିଳ ଭାରତ କୃଷକ ସଭାର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ଜମେଶ୍ୱର ସାମନ୍ତରାୟ, ଅଖିଳ ଭାରତ କୃଷକ ମହାସଭାର ଜାତୀୟ ସମ୍ପାଦକ ଭାଲ ଚନ୍ଦ୍ର ଷଡ଼ଙ୍ଗୀ, ·ଷୀ ଅଧିକାର ସଂଗ୍ରାମ ମଞ୍ଚର ବିଜୟ ସ୍ୱାଇଁ, ·ଷୀ ମୂଲିଆ ସୁରକ୍ଷା ସଂଗ୍ରାମ ପରିଷଦର ବଳଭଦ୍ର ମାଝୀ ଏବଂ ଗୋପବନ୍ଧୁ କୃଷକ ସଂଘର ବିରଞ୍ଚô ବରିହା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଦେଶର ଏବଂ ଦେଶବାସୀଙ୍କ ଅନ୍ନଦାତା କୃଷକମାନଙ୍କ ଏହି ସଂଗ୍ରାମକୁ ସକଳସ୍ତରରେ ସମର୍ଥନ ଦେବା ପାଇଁ ଏଆଇକେଏସ୍ସିସି ତରଫରୁ ନିବେଦନ କରାଯାଇଛି ।