ରାୟଗଡାରୁ ୨ ପଜିଟିଭ ଚିହ୍ନଟ

ରାୟଗଡା – ରାୟଗଡା ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିର ରହିଛି । ରବିବାର ଜିଲ୍ଲାରୁ ୨ ପଜିିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୨ ପଜିଟିଭଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି । ଚିହ୍ନଟ ହୋଇଥିବା ୨ ପଜିଟିଭ୍ ରାୟଗଡା ପୌରାଚଂଳର । ବର୍ତମାନ ସୁଦ୍ଧା ଜିଲ୍ଲାରୁ ୮୩୧୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୮୨୦୨ ଜଣ ସୁସ୍ଥ ହୋଇଛନ୍ତି । କରୋନାରେ ଜିଲ୍ଲାରୁ ୪୪ ଜଣଙ୍କ ମୃତ୍ୟୁ ଘଟିଛି । ୭୧ ଜଣ ଘରୋଇ ସଙ୍ଗରୋଧରେ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣ ଥିଲେ ଜିଲ୍ଲାବାସୀଙ୍କୁ ସତର୍କ ଏବଂ ସଜାଗ ରହିବା ପାଇଁ ଅନୁରୋଧ କରିବା ସହ ସତର୍କ ଏବଂ ସଚେତନା ରହିଲେ ନିଜେ ନିଜକୁ ରକ୍ଷା କରିପାରିବା ବୋଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତି । ଏଥି ସହ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର କରିବା ପାଇଁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

seven + ten =