ଦକ୍ଷିଣ ଭାରତ ଅଧିକାଂଶ ନେତା ସାଧାରଣତଃ ଚଳଚିତ୍ର ଜଗତରୁ ଆସି ପାଦ ଥାପିଥାନ୍ତି । ତାମିଲନାଡ୍ଡୁରେ ଏହା ଭୁରିଭୁରି ଉଦାହରଣ ଦେଖିବାକୁ ମିଳିଥାଏ । ଏମଜି ରାମଚନ୍ଦ୍ରନ ଏଠାରେ ଦଳ ଗଠନ କରିବା ସହ ରାଜ୍ୟର ସର୍ବଶକ୍ତିମାନ ନେତା ରୂପେ ବହୁ ବର୍ଷ ରହିଥିଲେ । କରୁଣାନିଧି ମଧ୍ୟ ଦୀର୍ଘବର୍ଷ ଧରି ରାଜ୍ୟର ଶାସନ ଡୋର ଧରିଥିଲେ । ପରବର୍ତୀ ସମୟରେ ଜୟ ଲଳିତାଙ୍କ ନେତୃତ୍ୱରେ ଏହି ଦଳ ଇତିହାସ ସୃଷ୍ଟି କରିଥିଲା । ସେହିପରି ଅବିଭକ୍ତ ଆନେ୍ଦାଳନରେ ଏନଟି ରାମାରାଓ ଏକ ସାଧାରଣ ନିର୍ବାଚନ ପୂର୍ବରୁ ତେଲଗୁ ଦେଶମ୍ ପାଟି ଗଠନ କରିଥିଲେ । ତେବେ ଏମାନେ ସମସ୍ତେ ଥିଲେ ଦକ୍ଷିଣ ଭାରତୀୟ ଆଂଚଳିକ ଭାଷା ଦ୍ୱାରା ପ୍ରସ୍ତୁତ ଚଳଚିତ୍ର ଜଗତର ଜଣେ ଜଣେ ନାମୀ ଦାମୀ କଳାକାର । ସାଧାରଣତଃ ଦକ୍ଷିଣ ଭାରତ ଜନସାଧାରଣ ପିଲାଦିନୁ ଚଳଚିତ୍ର ଦେଖିବା ଓ ଏଥିରେ ଅଂଶଗ୍ରହଣ କରିବା ଆଦିରେ ସର୍ବଧିକ ସମୟ ଦେଇ ପରବର୍ତୀ ସମୟରେ ଆଗକୁ ଯିବା ସହିତ ଅଦ୍ୱିତୀୟ ଅଭିନେତା ରୂପେ ରାଜନୀତିରେ ଅଂଶ ଗ୍ରାହଣ କରିସ୍ତାନ୍ତି । ଅନେକ ସମୟରେ ବହୁ ଅଭିନେତା ବିଭିନ୍ନ ଆଂଚଳିକ ଦଳ ଗଠନ କରି ରାଜନୀତିକୁ ପ୍ରାବଶ କରିବା ଉଦ୍ୟମ କରିଥାନ୍ତି । ଅତିତରେ ଡିଏମକେ ଗଠନ କରିଥିଲେ ସି.ଏନ୍ଆନ୍ନାଦୁଆଇ । ଏହା ବ୍ୟତିତ କନ୍ନଡ ଚଳଚିତ୍ର ଅଭିନେତା ତଥା ନିଦେ୍ର୍ଧଶକ ଉପେନ୍ଦ୍ରଙ୍କ ‘କର୍ଣ୍ଣାଟକ ପ୍ରଗ୍ନାୟାବକ ଜନତା ପକ୍ଷ’, ତାମିଲ ଅଭିନେତା ବିଜୟକାନ୍ତ ଡିଡିଏମ୍କେ, ତେଲୁଗୁ ଚଳଚ୍ଚିତ୍ର ପୱାନ କଲ୍ୟାଣ ଜନସେବା ପାର୍ଟି, ପ୍ରଖ୍ୟାତ୍ ଅଭିନେତା ଶିବାଜୀ ଗଣେଶନ୍ ଟିଏମ୍ଏମ୍ (ଥାମିଝାଗା ମୁନେତ୍ର ମୁନାନି) ଗଠନ କରି ଚର୍ଚ୍ଚାକୁ ଆସିଥିଲେ ବି ସଫଳତା ହାସଲ କରିପାରିନଥିଲେ । ଏପରିକି କେବଳ ଦକ୍ଷଣ ଭାରତ ନୁହେଁ, ସେଠାରୁ ଚଳଚ୍ଚିତ୍ର ଅଭିନୟ ଆରମ୍ଭ କରି ବଲିଉଡ ଜଗତରେ ଦବ୍ଦବା ସୃଷ୍ଟି କରିପାରିଥିବା ସୁପରଷ୍ଟାର କମଳ ହାସାନ ୨୦୧୮ ଫେବ୍ରୁଆରିରେ ମାକାଲ ନିଧି ମାଇଆମ (ଏମଏନଏମ) ଦଳ ଗଠନ କରି ତାମିଲନାଡୁର ୩୭ଟି ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ହେଁ, ସଫଳ ହୋଇପାରିନଥିଲେ । ଏବେ କୁହାଯାଉଛି, ସୁପରଷ୍ଟାର ରଜନୀକାନ୍ତ ଏକ ଆଂଚଳିକ ଦଳ ଗଠନ କରିବା ସହିତ ୨୦୨୧ ମେ’ମାସରେ ଅନୁଷ୍ଟିତ ହେବାକୁ ଯାଉଥିବା ତାମିଲନାଡୁ ବିଧାନସଭା ନିର୍ବାଚନ ଏବେ ଭାଗ ନେଇପାରନ୍ତି । ଜଣାପଡିଛି ଯେ, ୨୦୨୦ ଡିସେମ୍ବର ୩୧ରେ ନୂତନ ଦଳର ସବିଶେଷ ରୂପରେଖ ପ୍ରକାଶ କରିବେ । ଏଠାରେ ଗୋଟିଏ କଥା ମନକୁ ଆସିଥାଏ । ତାହା ହେଲା, ୧୯୫୬ରୁ ଲଗାତାର ସରକାରରେ ରହିଆସୁଥିବା କଂଗ୍ରେସ ଦଳକୁ ୧୯୮୨ରେ ମାର୍ଚ୍ଚ ୨୯ରେ ଏନଟି ରାମାରାଓ ଗଠନ କରିଥିବା ତେଲଗୁ ଦେଶମ୍ ପାଟି ୧୯୮୩ ଜୁନ୍ରେ ବିଧାନସଭା ନିର୍ବାଚନ ହୋଇଥିଲା ବେଳେ ମୋଟ ୨୯୪ ଆସନରୁ ୨୦୨ ଆସନରୁ ବିପୁଳ ବିଜୟ ପାଇବା ସହ ସେ ଅଂଚଳିକ ଦଳ କ୍ଷତ୍ରେରେ ଇତିହାର ସୃଷ୍ଟି କରିଥିଲେ । ଏବେ ରଜନୀକାନ୍ତ ତାହାକୁ ଦୋହରାଇବା ସମ୍ଭାବନ ଅଧିକ ରହିଛନ୍ତି ବୋଲି ତାଙ୍କ ଫ୍ୟାନମାନେ କହିଥାନ୍ତି । ଏଠାରେ ଗୋଟିଏ କଥା କୁହାଯାଇପାରେ ଯେ, ୧୯୯୬ରେ ତତ୍କାଳିନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ରଜନୀକାନ୍ତ ସମାଲୋଚନା କରି ପ୍ରଥମେ ରାଜନୀତିକ ମହଲରେ ଚର୍ଚ୍ଚାକୁ ଆସିଥିଲା ବେଳେ ଆଗକୁ ଆସୁଥିବା ରାଜ୍ୟ ନିର୍ବାଚନକୁ ସେ କିପରି ମୁକାବିଲା କରୁଛନ୍ତି । ୨୫ ବର୍ଷ ପରେ ଏନଟିଆରଙ୍କ ବିଜୟ ଇତିହାସକୁ ସେ ଦୋହରାଉଛନ୍ତି କି ନା’, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।