କୁଷ୍ଠ ରୋଗୀଙ୍କୁ ଘରୋଇ ଉପକରଣ ବଂଟନ

ରାୟଗଡ: ରାୟଗଡ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ କୁଷ୍ଠ ରୋଗରୁ ଆରୋଗ୍ୟ ଲାଭ କରିଥିବା ୫୬ ଜଣଙ୍କୁ ଘରୋଇ ଉପକରଣ ବଂଟନ କରାଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଏଥି ନିମନ୍ତେ ୩୩ ପ୍ରକାରର ୫୧ଟି ଉପକରଣ ସମ୍ବଳିତ ଏକ କିଟକୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ବଂଟନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ରାୟଗଡ ବିଧାୟକ ମକରନ୍ଦ ମୁଦୁଲି ଯୋଗ ଦେଇ ତାଲିକାଭୁକ୍ତ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ନିମନ୍ତେ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ । କୁଷ୍ଠ ରୋଗକୁ ଘୃଣା କରନ୍ତୁ କିନ୍ତୁ ରୋଗୀଙ୍କୁ ନୁହେଁ ବୋଲି ବିଧାୟକ ଶ୍ରୀମୁଦୁଲି ପ୍ରକାଶ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ରାୟଗଡ ବ୍ଲକ ଅଧ୍ୟକ୍ଷ ପେଦେଟିଂ ରାମୁଲୁ, ଉପାଧ୍ୟକ୍ଷ ମିନତି ବାଚେଲି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ସଦସ୍ୟା ଅମ୍ବିକା ବିଡିକା ପ୍ରମୁଖ ମଂଚାସୀନ ଥିଲେ । ରାୟଗଡା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଜିତ କୁମାର ହୋତା କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କହିଥିଲେ । ସାମାଜିକ ସୁରକ୍ଷା ବିଭାଗର ପି.ଶ୍ରୀକାନ୍ତ ଓ ସମୀର ପଦକା ଉପକରଣ ବଂଟନରେ ସହାୟତା କରିଥିଲେ ।

Leave A Reply

Your email address will not be published.

one + six =