ଚାକିରି ଦେବା ନାଁରେ ଯୁବତୀଙ୍କଠାରୁ ୯୭ ହଜାର ଟଙ୍କା ଠକେଇ


ଭୁବନେଶ୍ୱର: ନିଯୁକ୍ତି ଦେବା ନାଁରେ ଜଣେ ଯୁବତୀଙ୍କୁ ୯୭ ହଜାର ଟଙ୍କା ଠକିନେବା ଅଭିଯୋଗରେ କମିଶନରେଟ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସମ୍ପୃକ୍ତ ଯୁବକ ନିଜକୁ ସାମ୍ବାଦିକ ପରିଚୟ ଦେଇ ଯୁବତୀଙ୍କୁ ଚାକିରି କରାଇ ଦେବାକୁ ପ୍ରଲୋଭନ ଦେଖାଇଥିବା ଅଭିଯୋଗ ହୋଇଛି । ଭୀମପୁର ଅଂଚଳର ସାଇଜ୍ୟୋତି ନାମକ ଜଣେ ଯୁବତୀଙ୍କ ଅଭିଯୋଗ ଅନୁସାରେ ସମ୍ପୃକ୍ତ ଯୁବକ ରିଙ୍କନ ନାରାୟଣ ଏକ ଜାତୀୟ ଗଣମାଧ୍ୟମରେ ପ୍ରମୁଖ ସମ୍ବାଦଦାତା ଭାବରେ ପରିଚୟ ଦେଇଥିଲେ । ଏକ ୱେବ ଚ୍ୟାନେଲରେ ସାମ୍ବାଦିକ କରାଇ ଦେବା ନିମନ୍ତେ ସେ ଯୁବତୀଙ୍କଠାରୁ ଏହି ଟଙ୍କା ନେଇଥିବା ସତ୍ୱେ ତାଙ୍କୁ କୌଣସି ସହାୟାତା କରି ନ ଥିଲେ । ମାତ୍ର ଯେତେବେଳେ ଯୁବତୀଜଣକ ଜାଣିଲେ ଏହି ଯୁବକ ରିଙ୍କନ ନାରାୟଣ ଦୂରଦର୍ଶନର କୌଣସି ଶୀର୍ଷ ପଦବୀରେ ନାହାନ୍ତି ସେତେବେଳେ ସେ ଠକେଇ ଶିକାର ହୋଇଥିବା ଉବଲବ୍ଧି କରି ପୋଲିସ ନିକଟରେ ଅଭିଯୋଗ କରିଥିଲେ । ରିଙ୍କନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୪୨୦ ଦଫାରେ ପୋଲିସ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରିଛି ।

Leave A Reply

Your email address will not be published.

1 × five =