ଭିଜିଲାନ୍ସକୁ ଗଲା ପ୍ରଦୀପ ମାମଲା

ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣୀଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲାର ତଦନ୍ତ କରିବାକୁ ଭିଜିଲାନ୍ସ ନିଦେ୍ର୍ଧଶକଙ୍କୁ ଲୋକାୟୁକ୍ତ ଆଜି ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ୨ମାସ ମଧ୍ୟରେ ତଦନ୍ତ ନିଦେ୍ର୍ଧଶ ଦାଖଲ କରିବାକୁ ଲୋକାୟୁକ୍ତ ଭିଜିଲାନ୍ସ ନିଦେ୍ର୍ଧଶକଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ତେବେ ମାମଲା ପରବର୍ତୀ ଶୁଣାଣୀ ଆସନ୍ତା ଫେବୃଆରୀ ୧୨ ତାରିଖ କରିବାକୁ ଲୋକାୟୁକ୍ତ ଦିବସ ଧାର୍ଯ୍ୟ କରିଛନ୍ତି ।
ସୂଚନା ଯୋଗ୍ୟ ବିଧାୟକ ପାଣୀଗ୍ରାହୀଙ୍କ ବିରୋଧରେ ଦୃର୍ନୀତିମାମଲା ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତ ୭ ତାରିଖ ଦିନ ସୁପାରିଶ କରିଥିଲେ । ରାଜ୍ୟରେ ଲୋକାୟୁକ୍ତ ଗଠିତ ହେବା ପରେ ଲୋକାୟୁକ୍ତଙ୍କୁ ରାଜ୍ୟସରକାରଙ୍କ ଏହା ପ୍ରଥମ ସୁପାରିଶ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କରିଥିବା ସୁପାରିଶକୁ ଲୋକୟୁକ୍ତ ଗ୍ରହଣ କରିବା ସହ ତଦନ୍ତ ପାଇଁ ଭିଜିଲାନ୍ସ ନିଦେ୍ର୍ଧଶକଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।
ରାଜ୍ୟରେ ଲୋକାୟୁକ୍ତ ଗଠନ ପରେ ଉଚ୍ଚ ସ୍ତରରେ ଦୁର୍ନୀତି ମାମଲା ତଦନ୍ତ ପାଇଁ ଏହା ହେଉଛି ଓଡିଶା ସରକାରଙ୍କର ପ୍ରଥମ ସୁପାରିଶ । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକାୟୁକ୍ତ ତଦନ୍ତ ପାଇଁ ସୁପାରିଶ ହୋଇଥିବା ନେଇ ଏହା ମଧ୍ୟ ହେଉଛି ରାଜ୍ୟର ପ୍ରଥମ ଦୁର୍ନତିମାମଲା ।
ଟାଟାରେ ଚାକିରି କରାଇଦେବା ନାଁରେ ଆକାଶ ପାଠକ ଓ ତାଙ୍କ ଭାବି ଶ୍ୱଶୁର ପ୍ରଦୀପ ପାଣିଗ୍ରାହୀ ଶିକ୍ଷିତ ଯୁବକଙ୍କୁ ଠକିଛନ୍ତି । ଏହି ଘଟଣା ପଦାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ପ୍ରଦୀପଙ୍କୁ ଦଳରୁ ଜନ୍ମ ବିରୋଧି କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ବହିଷ୍କାର କରିଥିଲେ । ତାଙ୍କ ଆକାଉଂଟରେ ମଧ୍ୟ ଅଢେଇ କୋଟି ଟଙ୍କା ଜମା ଥିବା ଜଣାପଡିବା ପରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଯୋରଦାର କରିଥିଲେ । ଏପରିକି ଗୋଟିଏ ଗୋଟିଏ ଦିନରେ ତାଙ୍କ ଆକାଉଂଟାରେ ୪୦ ଲକ୍ଷ ଟଙ୍କା ଜମା ହେବା ପରେ ଭାବି ଜ୍ୱାଇଁ ଆକ୍ରାଉଂଟକୁ ଟ୍ରାନ୍ସଫର ହେବା ଜଣାପଡିଥିଲା । ଜେଲରେ ଥିବା ଆଇଏଫଏସ ଅଭୟ କାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କ ସହ ତାଙ୍କର ବେଆଇନ ଆର୍ଥିକ କାରବାର ଥିବା ନେଇ ସ୍ପଷ୍ଟ ହୋଇଥିଲା । ବିଧାୟକ ପାଣୀଗ୍ରାହୀଙ୍କୁ ପ୍ରଥମେ କ୍ରାଇମବ୍ରାଞ୍ଚ ଯେରା ପାଇଁ ଡକାଇ ଶେଷରେ ତାଙ୍କୁ ଗିରଫ କରିଥିଲା । ତାଙ୍କ ବିରୋଦ୍ଧରେ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିଲା । ସ୍ଥାନୀୟ ଏସଡିଜେଏମ୍ଙ୍କ ଅଦାଲତରେ ତାଙ୍କର ଜାମିନ୍ ଆବେଦନ ଅଗ୍ରାହ୍ୟ ହୋଇଯିବାରୁ ଶେଷରେ ତାଙ୍କୁ ଝାଡପଡା େଜେଲ୍କୁ ପଠାଇଦିଆଯାଇଛି । ଏବେ ସେ ଝାଡପଡା ଜେଲ୍ର ୧୪ ନଂ ପ୍ରକୋÂରେ ଅଛନ୍ତି । ଅନ୍ୟପକ୍ଷରେ ତାଙ୍କର ବେଆଇନ ଆର୍ଥିକ କାରବାର ନେଇ ପ୍ରବର୍ତନ ନିଦେ୍ର୍ଧଶାଳୟ (ଇଡି) ଓ ଆୟକର ବିଭାଗ ଖୋଳତାଳ ଜାରୀ ରଖିଛି । ଉଭୟ ପାଣୀଗ୍ରାହୀ ଓ ପାଠକଙ୍କ ବିରୋଧରେ ୩ଟି ମାମଲା ରୁଜୁ କରିଛି । ଇତି ମଧ୍ୟରେ କ୍ରାଇମବ୍ରାଞ୍ଚ ଉଭୟ ପାଠକ ବାପ ପୁଅଙ୍କୁ ୩ଦିନିଆ ରିମାଣ୍ଡରେ ଆଣି ଜେରା କରିଥିଲା ବେଳେ ପ୍ରାଣୀଗ୍ରାହୀଙ୍କୁ ରିମାଣ୍ଡରେ ଆଣି ଜେରା କରିବା ସମ୍ଭାବନା ରହିଛି । ଏବେ ଇଡି ପ୍ରଦୀପଙ୍କ ଦୁର୍ନୀତି ପେଡି ଖୋଲୁଛି । ସେପଟେ ଆକାଶ ପାଠକ ଟାଟାର କର୍ମଚାରୀକୁ ନେଇ ଜାରି ରହିଥିବା ସସ୍ପେନ୍ସ ଉପରୁ ପର୍ଦ୍ଧା ହଟିଛି । ଟାଟା ମୋର୍ଟ ସ୍ପଷ୍ଟୀକରଣ ଦେଇ କହିଛି, ଆକାଶ ଟାଟାରେ ଚାକିରି କରି ନାହାନ୍ତି ।

Leave A Reply

Your email address will not be published.

2 × one =