ଜିଦର ସମାଧାନ ନାହିଁ


ମାନବ ଜୀବନ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ବିଶ୍ୱର ଏହି ଶ୍ରେଷ୍ଠ ପ୍ରାଣୀ ସଦାସର୍ବଦା ନିଜର ବୁଦ୍ଧି ଓ ବିବେକକୁ ଖଟାଇ ବାକ୍ ଶକ୍ତିର ସହାୟତାରେ ସମାଜର ବିକାଶ ସହିତ ନିଜର ଉନ୍ନତି ଲାଗି କାର୍ଯ୍ୟରତ । ଏହାର ଭୁରି ଭୁରି ଉଦାହାରଣ ପୁରାଣ, ଇତିହାସ ଆଦିରେ ଦେଖିବାକୁ ମିଳେ । ଏପରିକି ଅନେକ ସମୟରେ ଆଧୁନିକ ଯୁଗର ମଣିଷ ନିଜର ଜୀବନଶୈଳୀରେ ସଦାସର୍ବଦା ସବୁକ୍ଷେତ୍ରରେ ଆଗୁଆ ଓ ସମସ୍ତଙ୍କ ଉପରେ ରହିବା ଲାଗି ପଦକ୍ଷେପ ନେଇଥାଏ । ନିଜର ସାମର୍ଥ୍ୟ, ବଳ, ବୁଦ୍ଧି ଓ ସାହସକୁ ଖଟାଇ ନିଜର ତଥା ପଡୋଶୀ ଓ ଗ୍ରାମବାସୀଙ୍କ ଉନ୍ନତି ପାଇଁ ଲାଗିପଡିଥାଏ । କେତେକ କ୍ଷେତ୍ରରେ ନିଜର ବସ୍ତୁବାଦୀ କ୍ଷମତା ବଢ଼ିବା ପରେ ସେ ଜିଦ୍ଖୋର ହେବାର ନଜିର ମଧ୍ୟ ରହିଛି । ସେହି ଦୃଷ୍ଟିକୋଣରୁ ସମ୍ପ୍ରତି ଦେଖାଯାଉଛି ଯେ, ଅନେକ ନିଜ ନିଜର ବସ୍ତୁବାଦୀ ବଳକୁ ପ୍ରଦର୍ଶନ କରୁଥିଲା ବେଳେ ମାନସିକ ସ୍ତରରେ ନକରାତ୍ମକ ବିଚାର କରିବାକୁ ପଛାଉନାହାନ୍ତି । ଏହା ପରୋକ୍ଷରେ ଓ ପତ୍ୟକ୍ଷରେ ସମାଜର ପ୍ରଭୂତ କ୍ଷତି ଘଟାଉଛି । । ଏହା ଏକ ସକରାତ୍ମକ ପ୍ରସଙ୍ଗ । ସେ ଡକାୟତ କରି ପରିବାର ଭରଣ ପୋଷଣ କରୁଥିଲା ବେଳେ ହଠାତ୍ ଡକାୟତି ପାପରୁ କାଣିଚାଏ ମଧ୍ୟ ନିଜର ବାପ,ମା, ସ୍ତ୍ରୀ, ଭାଇ ଓ ପୁଅ, ଝିଅ ନେବାପାଇଁ ମନାକରିବାରୁ ପରମୁହୁର୍ତରେ ତାହା ଦସୁ୍ୟକୁ ମହର୍ଷିରେ ପରିଣତ କରିଥିଲା । କେବଳ ସେତିକି ନୁହେଁ, ଏହାର ଭୁରି ଭୁରି ଉଦାହରଣ ସମାଜ ଭିତରେ ଦେଖିବାକୁ ମିଳେ । କିନ୍ତୁ ମଣିଷ ଯେତେବେଳେ ନକରତ୍ମକ ମନଭାବ ନେଇ କୌଣସି କାର୍ଯ୍ୟକରେ, ସେତେବେଳେ ସେ ଆଗକୁ ଯିବା କଷ୍ଟକର ହେବା ସହିତ ପାଦ ପଛକୁ ପଡେ । ଏହାର ଅନେକ ଉଦାହରଣ ପୁରାଣରେ ରହିଛି । ତନ୍ନଧ୍ୟରୁ ଶକୁନି ଭଳି ଚରିତ୍ର କେବଳ ପ୍ରତିଶୋଧ ପରାୟଣ ହେବାରୁ ଏଥିରେ କୁରୁବଂଶ ଏବଂ ନିଜେ ଶକୁନି ସର୍ବାଧକ କ୍ଷତିଗ୍ରସ୍ତ ହେଲେ । ତେଣୁ ଖରପ ଚିନ୍ତା କରିବା, କାମ କରିବା ସହିତ ଏହା ନହୋଇପାରେ ବୋଲି ଭାବିବା ଏବଂ ଭଲ କାମ କରିବାକୁ କୁନ୍ଥୁକୁନ୍ଥୁ ହେବା ସମେତ ଜିଦ୍ଖୋର ରହିବା ଉତମ ମଣିଷର ଚରିତ୍ର ହେବା ଅନୁଚିତ । ସମସ୍ୟା ଯେତେ ବଡ଼ ହେଉ, ଏହାକୁ ମଣିଷ ଏଡାଇ ନଯିବା ଉଚିତ୍ । ଯଦି ସେ ସମସ୍ୟାର ମୁହାଁମୁହିଁ ହୁଏ ତେବେ ସମସ୍ୟା ଲାଘବ ହେବା ସହିତ ନିଜେ ମଣିଷ ଏଥିଲାଗି ଶାନ୍ତିରେ ନିଶ୍ୱାସ ମାରିଥାଏ । ସେଥିପାଇଁ ସମସ୍ୟାକୁ ମଣିଷ ନଲୁଚିବା ଉଚିତ୍ । ଏ ସମ୍ପର୍କରେ ସର୍ବଶେଷ ଉଦାହରଣ ହେଉଛି, ଭାରତ-ଚୀନ୍ ସୀମାରେ ଲାଗିରହିଥିବା ଅଚଳାବସ୍ଥା । ବର୍ଷ ବର୍ଷ ଧରି ସମସ୍ୟା ଲାଗିରହିଛି ଓ ସେଥିନେଇ ଉଭୟ ପକ୍ଷ ନିଜ ନିଜର ସ୍ପଷ୍ଟମତ ରଖୁନଥିଲା ବେଳେ କେବଳ ମୂଲ୍ୟହୀନ ଆଲୋଚନାରେ ବ୍ୟସ୍ତ ରହୁଛନ୍ତି । ଏବେ ଦେଖାଯାଇଛି ଯେ, କେତେକ ସ୍ଥାନରେ ଚୀନ୍ ସୀମାତିକ୍ରମ କରିଛି । ପରିଶେଷରେ ଏବେ ଭାରତ ପାଟି ଖୋଲିବା ପରେ ଚୀନ୍ ଆଉ ଆଗକୁ ଆସୁନଥିଲେ ମଧ୍ୟ ସୀମାନ୍ତରେ ସୈନ୍ୟ ଠୁଳ କରୁଥିଲା ବେଳେ ଭାରତ ସ୍ପଷ୍ଟ ଭାବେ କହିଛି, ସୀମାନ୍ତ ଅତିକ୍ରମ ଉଦ୍ୟମ କଲେ ଆମେ ମୁହଁତୋଡ୍ ଜବାବ ଦେବୁ, ଯାହା ସମ୍ପ୍ରତି ଆନ୍ତର୍ଜାତୀୟ ସ୍ତରରେ ଆଲୋଡନ ସୃଷ୍ଟି କରିବାରେ ସମର୍ଥ ହୋଇଛି । ତେଣୁ ଜିଦ୍ ସର୍ବଦା ବର୍ଜନୀୟ ।

Leave A Reply

Your email address will not be published.

17 − four =