“ରେଣ୍ଡୋ ମାଝୀ- ଦି ହିଡେନ ଷ୍ଟେ୍।ରୀ ଅଫ ୧୮୫୩”ର ଶୁଭ ମହୁରତ


ଭବାନୀପାଟଣା- କଳାହାଣ୍ଡି ର ବରପୁତ୍ର ତଥା ବୀର ସହୀଦ ରେଣ୍ଡୋ ମାଝୀଙ୍କ ୧୬୫ ତମ ଶହୀଦ ଦିବସ । ଏହି ଅବସର ରେ ରେଣ୍ଡୋ ମାଝିଙ୍କ ଜୀବନୀ କୁ ସିଲଭର ସ୍ରିନ ରେ ଗଢି ତୋଳିବାକୁ ‘ରେଣ୍ଡୋ ମାଝୀ ଫିକଚର ଫିଲମ’ “ରେଣ୍ଡୋ ମାଝୀ-ଦି ହିଡେନ ଷ୍ଟେ୍ରାରୀ ଆଫ ୧୮୫୩” ର ଶୁଭମୁହୁରତ ଅନୁଷ୍ଟିତ ହୋଇଛି । କଳାହାଣ୍ଡି ର ବରପୁତ୍ର ବୀର ସହୀଦ ରେଣ୍ଡୋ ମାଝୀଙ୍କ ଉପରେ ଆର,ବି ଏସ.ବି ଫିଲ୍ମ ପ୍ରଡକ୍ସସନ ବେନର ଦ୍ୱାରା ‘ରେଣ୍ଡୋ ମାଝୀ’-ଦି ହିଡେନ ଷ୍ଟେ୍ରାରୀ ଆଫ ୧୮୫୩ ଫିକଚର ଫିଲ୍ମ ଆରମ୍ଭ ହୋଇଛି । ଭବାନୀପାଟଣା ଠାରେ ମୁଖ୍ୟଅତିଥି ଭାବେ ଶକ୍ତି ଗୃହରାଜ୍ୟ ମନ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦାନ କରିଥିଲେ । ଫିଲ୍ମ ର ନିଦେ୍ର୍ଧଶକ ଅମରେଶ ଜେନା ଫିଲ୍ମ କୋଶଲୀ ଓ ହିନ୍ଦୀ ଭାଷା ରେ ରେ ପ୍ରସ୍ତୁତ ହେଉଥିବା ବେଳେ ଆନ୍ତର୍ଜାତୀୟ ସ୍ତର ରେ ବୁଝିବାକୁ ଇଂରାଜୀ ସବ ଟାଇଟଲ ରହିବ ବୋଲି ସୁଚନା ଦେଇଛନ୍ତି । ଫିଲ୍ଲ ର ମୁଖ୍ୟ ଚରିତ୍ର ରେଣ୍ଡୋ ମାଝି ଙ୍କ ମୁଖ୍ୟ ଭୁମିକା ରେ ବଲିଉଡ ନାମକରା ଅଭିନେତା ମନୋଜ ମିଶ୍ର ଉପସ୍ଥିତ ରହି ଏହି ଐତିହାସିକ ଚରିତ୍ର୍ର ସଂମ୍ପାଦନ ପାଇଁ ଅନେକ ରିସର୍ଚ କରିଥିବା ତଥା ଉସ୍ôାହିତ ବୋଲି ପ୍ରକାଶ କରିଛନ୍ତି । ଚଳଚିତ୍ର ରେ ସଂଗୀତ ନିଦେ୍ର୍ଧଶନା ଦେଇଛନ୍ତି ରାଜ୍ୟ ପୁରସ୍କାରପ୍ରାପ୍ତ ପଙ୍କଜ ଜାଲ । ଚଳଚିତ୍ର ର କାହାଣୀ ଓ ସଂଳାପ ଲେଖିଛନ୍ତି ବିଶିÂ ନାଟ୍ୟକାର ପରମେଶ୍ୱର ମୁଣ୍ଡ । ରେଣ୍ଡୋ ମାଝୀ ଙ୍କ ସହିତ କଳାହାଣ୍ଡି ସମେତ ଓଡିଶା ଲୋକଙ୍କ ଭାବାବେଗ ଜଡିତ ଏଣୁ ତାଙ୍କ ବାୟୋପିକ ଲେଖିବା ନିଶ୍ଚିତ ଭାବେ ଚ୍ୟାଲେଞ ବୋଲି ପ୍ରକାଶ କରିଛନ୍ତି । ଭରେଣ୍ଡୋ ମାଝି ଙ୍କୁ ନେଇ ସ୍ଥାନୀୟ ଆଞ୍ଚଳ ରେ ଅନେକ ଲୋକକଥା ରହିଛି । ଇତିହାସ ରେ ଇଂରେଜ ଙ୍କ ଗେଜେଟିୟର ଏବଂ କିଛି ଇତିହାସକାର ଙ୍କ ବହି ରେ ତାଙ୍କ ବିଷୟ ରେ ଉଲ୍ଲେଖ ରହିଛି । ଏହା ସହିତ ସିପାହୀ ବିଦ୍ରୋହ ପୁର୍ବରୁ ୧୮୫୩ ମସିହାରେ ଏହି ସ୍ୱାଧୀନତା ସଂଗ୍ରାମୀ ଙ୍କ ବହୁ ଲୁପ୍ତ ତଥ୍ୟ କୁ ସିଲଭର ସ୍ରିନ ରେ କଏଦ କରିବା ନିଶ୍ଚିତ ଭାବେ ଟିମ ପାଇଁ ଚ୍ୟାଲେଞ୍ଜ ରହିବ । ଯାହାକୁ ନେଇ ଦର୍ଶକ ଙ୍କ ମଧ୍ୟରେ ଯେତେ ଉସ୍ôୁକତା ରହିଛି । ଫିଲ୍ମ ର କ୍ୟାମେରା ଭାର ନେଇଛନ୍ତି ଜାତୀୟ ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ କ୍ୟାମେରାମେନ କୁମାର ଚୋଡଗଙ୍କଦେବ ମହାପାତ୍ର । କଳାହାଣ୍ଡି ଓ କନ୍ଦମାଳ ଜିଲ୍ଲା ର ରେଣ୍ଡୋ ମାଝୀ ଙ୍କ ଇତିହାସ ରେ ବଣର୍୍ିତ ଗାଁ ଜଗଂଲ ରେ ଏହି ଚଳଚିତ୍ର ଆସନ୍ତା କାଲି ଠାରୁ ସୁଟିଙ୍କ ଆରମ୍ଭ ହେବାକୁ ଯାଉଛି । ଯାହାକୁ ଆମଜୋନ ରେ ପ୍ରସାରଣ ପାଇଁ ଚଳଚିତ୍ର ର ପ୍ରୟୋଜକ ବିଭୁପ୍ରସାଦ ରାଉତ ଯୋଜନା କରୁଛନ୍ତି । ଫଳରେ ଆନ୍ତର୍ଜାତୀୟ ସ୍ତର ରେ ସୀପାହି ବିଦ୍ରୋହ ପୁର୍ବରୁ ଦେଶ ପାଇଁ ଶହୀଦ ହୋଇଥିବା ଏହି ସ୍ୱାଧୀନତା ସଂଗ୍ରାମୀ ବୀରଗାଥା ଲୋକଲୋଚନ କୁ ଆସିପାରବ ଏହା ହିଁ ତାଙ୍କ ପାଇଁ ଶ୍ରେଷ୍ଟ ଶ୍ରଦ୍ଧାଞଳି ତଥା ଫିଲ୍ମ ନିର୍ମାଣ ମୁଳଲକ୍ଷ୍ୟ ବୋଲି ମୁହୁରତ ରେ ଟିମ ସଦସ୍ୟ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.

9 + fourteen =