କୁକୁଡାଖଣ୍ଡିରେ ଏବେବି ଚାଲିଛି ନାବାଳିକା ବିବାହ


ବ୍ରହ୍ମପୁର: କୁକୁଡାଖଣ୍ଡି ବ୍ଲକ ଅର୍ନ୍ତଗତ ପାଣ୍ଡୀଆଝୋଳି ଗ୍ରାମର ସେବା ସମବାୟ ସମିତି ସମ୍ପାଦକ ନରେଶ ଭୁୟାଁଙ୍କ ପୁଅ ଗଣେଷ ଭୁୟାଁ ବାହାଘର ବଉଳଝୋଳି ଗ୍ରାମର ଜଣେ ଜୈ÷ନିକ ନାବାଳିକା ସହ କରେଇବା ପାଇଁ ସ୍ଥିତ ହୋଇଥିବା ବେଳେ ୨ଦିନିଆ ଭୋଜି ଭାତର ମଧ୍ୟ ଆୟୋଜନ ହୋଇଥିଲା । ଏପରିକି ବାହା ବେଦିରେ ବସିବା ପାଇଁ ଝିଅ ଶାଶୁ ଘରକୁ ମଧ୍ୟ ଆସି ସାରିଥିଲା । କୌଣସି ସୁତ୍ରରୁ ଖବର ପାଇ କୁକୁଡାଣ୍ଡି ସମନ୍ୱିତ ଶିଶୁ ବିକାଶ ଯୋଯନା ଅତିରିକ୍ତ ଦାୟିତ୍ୱ ତୁଲାଉଥିବା କୁକୁଡାଖଣ୍ଡି ତହସିଲଦାର ଡ. ଇସ୍ପିତା ପ୍ରିୟଦର୍ଶନୀ ମିଶ୍ର ଘଟଣା ସ୍ଥଳରେ ପହଂଚି ନାବାଳିକାକୁ ଉଦ୍ଧାର କରିବା ପୁର୍ବରୁ ପୁଅ ଘର ପରିବାର ଝିଅକୁ ବାପା ଘରକୁ ପଠାଇ ସାରିଥିଲେ ଏବଂ ଏଠାରେ କୌଣସି ବାହାଘର ହେଉନାହିଁ ବୋଲି ଯୁକ୍ତି ମଧ୍ୟ କରିଥିଲେ । ଶେଷରେ ବଉଳଝୋଳି ସ୍ଥିତ ନାବଳିକାର ବାସଭବନରୁ ଉଦ୍ଧାର କରି ଶିଶୁ ମଙ୍ଗଳ ଅଧିକାରୀଙ୍କ ନିକଟରେ ହାଜର କରି ବୟାନ ରେକର୍ଡ ପରେ ପ୍ରଶାସନ ଉକôଳ ଆଶ୍ରମ ସ୍ଥିତ ବାଳ ସୁଦ୍ଧାର ଗୃହକୁ ପଠାଯାଇଥିଲା । ଅନ୍ୟପକ୍ଷରେ ଜଣେ ବିରୋଧୀ ଦଳ ଜିଲ୍ଲା ପରିଷଦ ସଦସ୍ୟଙ୍କ ସମ୍ପୃକ୍ତି କାରଣରୁ ଖୁଲମ ଖୁଲା ଏହିଭଳି ବେଆଇନ କାର୍ଯ୍ୟ ଚାଲୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବୃଦ୍ଧିଜୀବୀ ଓ ଜନସାଧାରଣ ଏବଂ କିପରି ଜଣେ ସରକାରୀ କର୍ମଚାରୀ ବେଆଇନ କାର୍ଯ୍ୟରେ ଲିପ୍ତ ଥିଲେ ତାର ନିରପେକ୍ଷ ତଦନ୍ତ କରି ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି । ସୁଚନା ଥାଉକି ୧୦ଦିନ ମଧ୍ୟରେ ଆଙ୍କୁଶପୁର , ରନôପୁର, ମହୁଡା , ହୁଗୁଳାପଟା ଏବଂ ପାଣ୍ଡିଆଝୋଳି ଅଂଚଳରୁ ପାଖାପାଖି ୭ରୁ ଉର୍ଦ୍ଧ ନାବାଳିକାଙ୍କ ବିବାହ ଉପରେ ରୋକ ଲଗାଇବା ସହ ସେମାନଙ୍କୁ ଉଦ୍ଧାର କରାଯାଇଛି । ଜିଲ୍ଲା ପ୍ରଶାସନର ଘନଘନ ବୈଠକ ଓ ସଚେତନା କାର୍ଯ୍ୟକ୍ରମ ସତ୍ୱେ ବ୍ରହ୍ନପୁର ସହରତଳି ଅଂଚଳ ଗୁଡିକରେ ଏହି ଭଳି ସବୁ ବେଆନ କାର୍ଯ୍ୟ ବହୁ ମାତ୍ରାରେ ଚାଲୁ ରହିଛି ଏବଂ ବହୁ ସ୍ଥାନରେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧର ଏହି ସବୁ ଷଡଯନ୍ତ୍ରର ମୁଖ୍ୟ ଭୁମିକା ତୁଲାଉଥିବା କାରଣରୁ ପ୍ରଶାସନର ମୁଣ୍ଡ ବିନ୍ଧା ବଢିବାରେ ଲାଗିଛି । ତତ ସହିତ ସମନ୍ୱିତ ଶିଶୁ ବିକାଶ ଯୋଯନାର ଏକ ସ୍ୱତନ୍ତ୍ର ଟିମ ଗଠନ କରି ପ୍ରତି ଗ୍ରାମରେ ନଜର ରଖାଯାଇଛି ।

Leave A Reply

Your email address will not be published.

18 − 17 =